କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍, ଭର୍ଚୁଆଲ ICU ବ୍ୟବସ୍ଥା ଉପରେ ଗୁରୁତ୍ୱ

1 min read

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ଗୁରୁତର କରୋନା ରୋଗୀ ଜିଲ୍ଲା ICUରେ ଚିକିତ୍ସିତ ହେବେ । ରୋଗୀଙ୍କୁ ନିୟମିତ ଭାବେ କଟକ କିମ୍ବା ଭୁବନେଶ୍ୱରକୁ ରେଫର କରାନଯାଉ ବୋଲି ଗାଇଡଲାଇନରେ କୁହାଯାଇଛି ।

ଏ ନେଇ ସମସ୍ତ ଜିଲ୍ଲାପାଳ, କମିଶନର ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲାସ୍ତରରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶିକ୍ଷଣ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁତର ରୋଗୀଙ୍କ ପରିବହନ କଲାବେଳେ ଜୀବନକୁ ବିପଦ ରହିଛି । ଏଣୁ ରୋଗୀଙ୍କ ସହ ଏମର୍ଜେନ୍ସି ମେଡିକାଲ ଟେକନିସିଆନ ରହିବେ ।

ICU ଉପରେ ଚାପ କମାଇବାକୁ ଷ୍ଟେପଡାଉନ୍ ICU କରାଯିବା ସହିତ ଦୁର୍ଗମ ଅଞ୍ଚଳ ପାଇଁ ଭର୍ଚୁଆଲ ICU ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହର ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୨୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୭୮ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୧୭୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଜଣ ହୋଇଥିବା ବେଳେ କଟକରୁ ୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply