ସମ୍ବଲପୁରକୁ ନୂଆ ଉପ-ଜିଲ୍ଲାପାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଉ ଦୁଇ IASଙ୍କୁ କୋଭିଡ୍ ପରିଚାଳନା ଦାୟିତ୍ୱ

1 min read

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ସିତାଂଶୁ କୁମାର ରାଉତଙ୍କ ବଦଳି ହୋଇଛି । ସିତାଂଶୁଙ୍କୁ ଅତିରିକ୍ତ କମିଶନର, ସେଟଲମେଣ୍ଟ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଏସଟି ଓ ଏସସି ବିଭାଗର ସଚିବ ଓଏଏସ ସନତ କୁମାର ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲପାଳ ଭାବେ ନିଯୁକ୍ତି ମିଳିଛି ।

୨୦୧୮ ବ୍ୟାଚର ଆଇଏଏସ୍ କୀର୍ତ୍ତି ଭସନ. ଭିଙ୍କୁ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି । ୨୦୧୮ ବ୍ୟାଚର ଆଇଏଏସ୍ ଶୁଭଙ୍କର ମହାପାତ୍ରଙ୍କୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ି ସବଡିଜିଜନରେ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ୨୦୧୮ ବ୍ୟାଚର ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଗଜପତି ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ୨୦୧୮ ବ୍ୟାଚର ଆଇଏଏସ୍ ଜେ. ସୋନାଲଙ୍କୁ ନିଯୁକ୍ତ କରାଯାଇଛି ।

୨୦୧୮ ବ୍ୟାଚର ନିଯୁକ୍ତ ପାଇଥିବା IAS ମାନେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ଶେଷ କରି ସାରିଛନ୍ତି । ନିଯୁକ୍ତି ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ପୁଣି ଆଉ ଦୁଇ ପ୍ରଶାସନିକ ଅଧିକାରୀଙ୍କୁ ସରକାର ପରିଚାଳନା ଦାୟିତ୍ୱ ଦେଇଛନ୍ତି ।

Leave a Reply