ମହଙ୍ଗା ହେଲା Realmeର ଏହି ୩ଟି ଦମଦାର ସ୍ମାର୍ଟଫୋନ୍

1 min read
new budget of realme phones

ନୂଆଦିଲ୍ଲୀ: ରିୟଲମି(Realme) ସ୍ମାର୍ଟଫୋନର ମୂଲ୍ୟ ଲଗାତାର ଭାବେ ବୃଦ୍ଧି କରୁଛି । ଗତ ସପ୍ତାହରେ Narzo 10A ଏବଂ Realme C3 ର ମୂଲ୍ୟ ବୃଦ୍ଧି କରିବା ପରେ କମ୍ପାନୀ ବର୍ତ୍ତମାନ ତିନୋଟି ଫୋନର ମୂଲ୍ୟ ବୃଦ୍ଧି କରିଛି । ୯୧ ମୋବାଇଲର ରିପୋର୍ଟ ଅନୁସାରେ ରିୟଲମି 6, ରିୟଲମି ସି 2 ଏବଂ ରିୟଲମି 5s କୁ ୧ ହଜାର ଟଙ୍କା ମହଙ୍ଗା କରିଛି। ନୂଆ ଦାମ ଆଜିଠାରୁ ଲାଗୁ ହେବ ।

ରିୟଲମି 6 ର ମୂଲ୍ୟ ବୃଦ୍ଧି ପରେ ଫୋନର 4GB + 64GB ମଡେଲର ଦାମ ୧୪,୯୯୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ମଡେଲ ପୂର୍ବରୁ ୧୩,୯୯୯ ଟଙ୍କା ଥିଲା। ଅନ୍ୟପକ୍ଷରେ, ଏହାର ୬ GB ଭାରିଆଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ଏବଂ ୮ GB RAM ଭାରିଆଣ୍ଟର ମୂଲ୍ୟ ୧୭,୯୯୯ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଏହି ଫୋନ୍ ଗୁଡ଼ିକରେ ମଧ୍ୟ ୧ ହଜାର ଟଙ୍କା ବୃଦ୍ଧି କରାଯାଇଛି । ରିୟଲମି C2 ବିଷୟରେ କହିଲେ, ଏହାର ମୂଲ୍ୟ ୫୦୦ଟଙ୍କା ବୃଦ୍ଧି କରାଯାଇଛି । ଏହାର ୨ GB + ୧୬ GB ପ୍ରକାରର ମୂଲ୍ୟ ୬,୯୯୯ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଫୋନର ୨GB + ୩୨GB ଭାରିଆଣ୍ଟର ଦାମ ୭,୪୯୯୯ ଟଙ୍କା ଏବଂ ୩ GB + ୩୨GB ଭାରିଆଣ୍ଟର ଦାମ ୭୯୯୯ ଟଙ୍କା ହୋଇଯାଇଛି ।

ଏହା ବ୍ୟତୀତ, ରିୟଲମି 5s ର ଦାମ ୧୦୦୦ ଟଙ୍କା ବୃଦ୍ଧି ହୋଇଛି । ଏହି ଫୋନର ୪ GB + ୬୪ GBଭାରିଏଣ୍ଟର ଦାମ ୧୦,୯୯୯ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୧,୯୯୯ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ, ଫୋନର ଅନ୍ୟ ଏକ ଭର୍ସନର ୪ GB + ୧୨୮ GB ଭାରିଆଣ୍ଟର ଦାମ ବର୍ତ୍ତମାନ ୧୨,୯୯୯ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ୧୧,୯୯୯ ଟଙ୍କା ଥିଲା। ରିୟଲମି ଗତ ସପ୍ତାହରେ ଏହାର ବଜେଟ୍ ସ୍ମାର୍ଟଫୋନ୍ ନାରଜୋ ୧୦ ଏ ଏବଂ ରିୟଲମି ସି ୩ ଫୋନର ଦାମ ମଧ୍ୟ ବୃଦ୍ଧି ପାଇଛି । ତା’ପରେ ରିୟଲମି ନାରଜୋ ୧୦A ର ୩ GB ବର୍ତ୍ତମାନ ୮,୯୯୯ ଟଙ୍କାରେ ଉପଲବ୍ଧ ଅଛି । ଏଥି ସହିତ, ଗ୍ରାହକମାନେ ରିୟଲମି C3 ର ୩ GB ଭାରିଆଣ୍ଟ ୮,୯୯୯ ଟଙ୍କାରେ ଏବଂ ୪ GB ଭାରିଆଣ୍ଟ ୯,୯୯୯ ଟଙ୍କାରେ କିଣିପାରିବେ ।

Leave a Reply