ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫ଶହ ୨୬କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେବାରେ ଲାଗୁଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫୬ଜଣ ସଂକ୍ରମିତ । ଏମଧ୍ୟରୁ ୩୦୯ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନ ହୋଇଥିବା ବେଳେ ଅବଶିଷ୍ଟ ୧୪୭ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୪ଟା ଜିଲ୍ଲାରୁ ୪୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ରେକର୍ଡ ଭାଙ୍ଗିଛି ଗଞ୍ଜାମ । ଗତ ୨୪ ଘଣ୍ଟାରେ ଗଞ୍ଜାମରେ ସର୍ବାଧିକ ୧୬୬ଜଣ ସଂକ୍ରମିତ ଚିହ୍ନ ହୋଇଛନ୍ତି । ସେହିପରି ବାଲେଶ୍ୱର ୧୪, ବରଗଡ଼ ୩୩, ଭଦ୍ରକ ୧୨, କଟକ ୧୩, ବଲାଙ୍ଗିର ୬, ଜଗତସିଂହପୁର ୨୩, ଯାଜପୁର ୫୭, କଳାହାଣ୍ଡି ୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୨, ଖୋର୍ଦ୍ଧା ୨୧, କୋରାପୁଟ୧୦, ମୟୁରଭଞ୍ଜ ୮, ନବରଙ୍ଗପୁର ୨୪ , ନୟାଗଡ଼ ୪, ପୁରୀ ୩, ରାୟଗଡ଼ା ୧୩, ସମ୍ବଲପୁର ୧୫ , ସୁନ୍ଦରଗଡ଼ରୁ ୨୦ ଢେଙ୍କାନାଳ, ଗଜପତି ଓ ଅନୁଗୁଳରୁ  ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ସମୁଦାୟ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୪୭ଟି ସ୍ଥାନୀୟ ସଂକ୍ରମଣ ମାମଲା ଏବେ ଚିନ୍ତା ବଢାଇଛି । ରାଜ୍ୟରେ ମୋଟ ୯ ହଜାର ୫୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୨୨୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୨୫୪ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

Leave a Reply