ଆଜି ରାତି ୧୨ରୁ ସମସ୍ତଙ୍କ ପାଇଁ ନେଟଫ୍ଲିକ୍ସ ଫ୍ରି; ଜାଣନ୍ତୁ, କେମିତି କରିବେ ଏକ୍ସେସ୍

1 min read

ନୂଆଦିଲ୍ଲୀ: ଆଜି ରାତି ୧୨ଟାରୁ ଦୁଇ ଦିନ ଲାଗି ସମସ୍ତଙ୍କ ପାଇଁ ନେଟଫ୍ଲିକ୍ସ ଫ୍ରିରେ ଉପଲବ୍ଧ ହେବ । କେବଳ ଏକ୍ସେସ୍ କରି ଏହାକୁ ମାଗଣାରେ ଦେଖିହେବ । ଏପରିକି ଆପଣଙ୍କୁ ବ୍ୟାଙ୍କ ବିବରଣୀ ତଥା ଡେବିଟ୍ କିମ୍ବା କ୍ରେଡିଟ କାର୍ଡ ନମ୍ବର ଏଣ୍ଟର ମଧ୍ୟ କରିବାକୁ ପଡିବ ନାହିଁ ।

ନେଟଫ୍ଲିକ୍ସ ଅନୁଯାୟୀ, ଏହି ପ୍ରମୋସନାଲ୍ ଅଫରରେ ୟୁଜର୍ସମାନେ ନେଟଫ୍ଲିକ୍ସର ସବୁ କଣ୍ଟେଣ୍ଟ ଏକ୍ସେସ୍ କରିପାରିବେ । ଅର୍ଥାତ୍  ପ୍ରିମିୟମ୍ ନେଟଫ୍ଲିକ୍ସର ଫିଚର୍ସ ଗୁଡିକୁ ମଧ୍ୟ ୟୁଜର୍ସମାନେ ଦୁଇ ଦିନ ପାଇଁ ମାଗଣାରେ ଦେଖିବାର ସୁବିଧା ପାଇପାରିବେ ।

ଏହି StreamFest କେବଳ ସେହିମାନଙ୍କ ଗ୍ରାହକଙ୍କ ପାଇଁ, ଯେଉଁମାନେ ନେଟଫ୍ଲିକ୍ସର ସବସ୍କ୍ରାଇବର ନୁହଁନ୍ତି । ତେବେ ଏହି ମାଗଣା ଅଫର ପାଇଁ ଆପଣଙ୍କୁ ପ୍ରଥମେ ନେଟଫ୍ଲିକ୍ସରେ ଆକାଉଣ୍ଟ ବନାଇବାକୁ ପଡିବ। ଯେଉଁଥିପାଇଁ ଆପ୍ ଡାଉନଲୋଡ୍ କରିପାରିବେ କିମ୍ବା Netflix.com/streamfestର ୱେବସାଇଟକୁ ଯାଇପାରିବେ।

ଆପ୍ ଡାଉନଲୋଡ୍ ପରେ ସାଇନ୍ ଅପ୍ କରିବାକୁ ପଡିବ ଏବଂ ଆପଣଙ୍କୁ ଫୋନ୍ ନମ୍ବର, ଇମେଲ୍ ଆଇଡି ତଥା ପାସୱାର୍ଡ ଏଣ୍ଟର କରିବାକୁ ପଡିବ । ଆକାଉଣ୍ଟ୍ ଓପନ୍ କରିବା ପରେ ଆପଣ ୱେବସାଇଟରେ ଏହି ଆପକୁ ଡିସେମ୍ବର ୫ ଓ ୬ ତାରିଖରେ ମାଗଣା ନେଟଫ୍ଲିକ୍ସ ଦେଖିପାରିବେ । ଏହି ଫେଷ୍ଟ ଅଧୀନରେ ଆପଣ ଟିଭି, ପିସି, ଲାପଟପ୍ କିମ୍ବା ମୋବାଇଲରେ ଦେଖିପାରିବେ ।

ହେଲେ ଆପଣ ଏହାକୁ କେବଳ ଏସଡି କଣ୍ଟେଣ୍ଟ୍ ଦେଖିପାରିବେ ।

Leave a Reply