ପୁଣି ଓଲିଙ୍କ ପିଲାଳିଆମି, କହିଲେ ଅସଲି ଅଯୋଧ୍ୟା ନେପାଳରେ ! ମାଟି ଖୋଳି ପ୍ରମାଣ ଖୋଜିବେ…

Nepal Ram

ନୂଆଦିଲ୍ଲୀ: ନେପାଳରେ ରହିଛି ଅଯୋଧ୍ୟା ନଗରୀ । ଏଭଳି ଆଧାରହୀନ ଦାବି କରିଥିବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବେ ଆଉ ଏକ ପାଗଳାମୀ କରିବାକୁ ଯାଉଛନ୍ତି । ଚିତବନ ଜିଲ୍ଲାରେ ଅଯୋଧ୍ୟାପୁରୀଧାମ ନିର୍ମାଣ କରିବାକୁ ଯାଉଛନ୍ତି ନେପାଳ ସରକାର । ଏଥିପାଇଁ ୪୦ ଏକର ଜମି ମଧ୍ୟ ଆବଣ୍ଟନ କରିଛନ୍ତି । ନେପାଳ ସରକାରଙ୍କ ଅନୁସାରେ ଚିତବନରେ ହିଁ ଭଗବାନ ରାମଙ୍କ ଜନ୍ମ ହୋଇଥିଲା । ଅଧିକ ପ୍ରମାଣ ପାଇଁ ଏହି ସବୁ ଅଞ୍ଚଳରେ ଖନନ କରାଯିବ ବୋଲି ଆଲୋଚନା ହେଉଛି ।

ଭାରତରେ ଥିବା ଅଯୋଧ୍ୟା ନକଲି ବୋଲି ପୂର୍ବରୁ ଓଲି କହିଥିଲେ ଏବଂ ଅସଲି ଅଯୋଧ୍ୟା ନେପାଳରେ ହିଁ ରହିଛି ବୋଲି ଦାବି କରିଥିଲେ । ନେପାଳ ଓ ଭାରତ ମଧ୍ୟରେ ପୂର୍ବରୁ ସୀମା ବିବାଦ ଚାଲିଥିବା ବେଳେ ଓଲି ସରକାର ବାରମ୍ବାର ଭାରତ ବିରୋଧୀ କାମ କରି ଆସୁଛନ୍ତି ।

ଅନ୍ୟପଟେ ମାଡି ମେୟର ଠାକୁର ପ୍ରସାଦ ଧାକଲ ନେପାଳ ନ୍ୟାସନାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ବୈଠକରେ ଅଯୋଧ୍ୟାଧାମ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଧାକଲଙ୍କ ଅନୁଯାୟୀ ଅଯୋଧ୍ୟାପୁରୀ ଧାମ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି ଏବଂ ଖୁବ ଶୀଘ୍ର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ । ସୂଚନାଯୋଗ୍ୟ ଓଲିଙ୍କ ବୟାନ୍‌ ପରେ ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ଏହି ସ୍ପଷ୍ଟିକରଣରେ କୁହାଯାଇଥିଲା ଯେ, ଓଲିଙ୍କ ବିବୃତ୍ତି କାହାର ଧାର୍ମିକ ଭାବନାକୁ ଆଘାତ ଦେବା କିମ୍ବା ଅଯୋଧ୍ୟାର ଗୁରୁତ୍ୱକୁ ହ୍ରାସ କରିବା ପାଇଁ ନଥିଲା । ଓଲି କେବଳ ନେପାଳର ସାଂସ୍କୃତିକ ଐତିହ୍ୟ ବିଷୟରେ ଅଧିକ ତଥ୍ୟ ସଂଗ୍ରହ ବିଷୟରେ କହୁଥିଲେ ।

Leave a Reply