ଚୀନ କଥାରେ ଡେଉଁଛି ନେପାଳ, ଲିପୁଲେଖ ନିକଟରେ ହେଲିପ୍ୟାଡ ସହ ବର୍ଡରରେ ନିର୍ମାଣ କରୁଛି ୨ଶହ ପୋଷ୍ଟ

1 min read

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ ପାକିସ୍ତାନକୁ ସହାୟତା ଦେଇ ଲୁଟୁଥିବା ବେଳେ ନେପାଳକୁ ବି ଉସୁକାଇବାରେ ଲାଗିଛି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡ୍ରାଗନ କଥାରେ ପଡ଼ି ଏହି ଦୁଇ ଦେଶ ଏବେ ଉଠ ବସ୍ ହୋଇ ଭାରତ ବିରୋଧୀ ହେଉଛନ୍ତି । ପାକିସ୍ତାନ ସହ ଦଶନ୍ଧ ଦଶନ୍ଧି ଧରି ଭାରତର ସମ୍ପର୍କ ଖରାପ ଥିବାବେଳେ ଏବେ ଏହି ତାଲିକାରେ ସାମିଲ୍ ହେଉଛି ନେପାଳ । ଚୀନର ଚାଲାକି ଆଗରେ ଓଲି ମୁଣ୍ଡପାତି ଦେବା ଭଳି ଲାଗୁଛି । ମିଳିଥିବା ସୂଚନା ଅନୁସାରେ ଚୀନ କଥାରେ ପଡ଼ି ନେପାଳ ଭାରତ-ନେପାଳ ବର୍ଡରରେ ଗତିବିଧିକୁ ଶାଣିତ କରିଛି । ନେପାଳ ସୀମରେ ୨୦୦ଟି ନୂଆ ବର୍ଡର ଆଉଟ୍ ପୋଷ୍ଟ ନିର୍ମାଣରେ ଲାଗିପଡ଼ିଛି । ଯାହାକି ପୂର୍ବରୁ ନେପାଳ କରୁ ନଥିଲା ।

ଗୃହ ମନ୍ତ୍ରାଳୟରୁ ମିଳିଥିବା ସୂତ୍ର ଅନୁସାରେ, ନେପାଳ ଏବେ ଯାଏଁ ତା ଅଞ୍ଚଳର ଖଲଙ୍ଗା, ଛାଙ୍ଗରୁ ଓ ଝୁଲାଘାଟ ପରେ ପଞ୍ଚେଶ୍ୱରର ରୋଲାଘାଟରେ ବର୍ଡର ଆଉଟ ପୋଷ୍ଟ ତିଆରି କରୁଛି । ଯେଉଁଠି ସଶସ୍ତ୍ର ପ୍ରହରୀ ଫୋର୍ସଙ୍କୁ ମୁତୟନ କରାଯାଇଛି । ଏତିକି ନୁହେଁ ଚୀନ କଥାରେ ପଡ଼ି ନେପାଳ ଲିପୁଲେଖ ନିକଟର ମଧ୍ୟ ବର୍ଡର ଆଉଟ୍ ପୋଷ୍ଟ ନିର୍ମାଣ କରୁଥିବା ଜଣାପଡ଼ିଛି ।

ଭାରତ-ନେପାଳ ବର୍ଡରରେ ଭାରତୀୟ ଏସଏସବି ଯବାନ ମୁତୟନ ହୋଇଥିବା ବେଳେ ଭାରତର ୫୦୦ ବର୍ଡର ଆଉଟ୍ ପୋଷ୍ଟ ରହିଛି । ନେପାଳ, ଭାରତର ସମକକ୍ଷ ବର୍ଡର ଆଉଟ୍ ପୋଷ୍ଟ ନିର୍ମାଣରେ ଲାଗି ପଡ଼ିଛି । ସୁରକ୍ଷା ବିଶେଷଜ୍ଞଙ୍କ ପ୍ରକାରେ ନେପାଳ ପାଖରେ ଏବେ ମାତ୍ର ୧୩୦ଟି ବର୍ଡର ଆଉଟ୍ ପୋଷ୍ଟ ରହିଛି । ଏବେ ନେପାଳ ଏତେ ସଂଖ୍ୟାରେ ବର୍ଡର ଆଉଟ୍ ପୋଷ୍ଟ ତିଆରି କରିବା ଅଲଗା କିଛି ସଂକେତ ଦେଉଛି ।

ସୂତ୍ର ଅନୁସାରେ, ଲକଡାଉନ୍ ଓ ସୀମା ବିବାଦ ଭିତରେ ନେପାଳ ନିଜ ସୀମାରେ ଗତିବିଧି ବଢ଼ାଇ ଚାଲିଛି । ନେପାଳ ଝୁଲାଘାଟ ସ୍ଥିତ ସୀମା ପୋଲରେ ଅସ୍ଥାୟୀ ଭାବେ କ୍ୟାମ୍ପ କରିବା ପରେ ଯବାନଙ୍କୁ ମୁତୟନ କରିଛି । ଝୁଲାଘାଟରେ ବର୍ଡର ଆଉଟ୍ ପୋଷ୍ଟର ଏପିଏଫର ଜବାନ ମଧ୍ୟ ମୁତୟନ ହୋଇଛନ୍ତି । ପୋଲ ନିକଟରେ ସଶସ୍ତ୍ର ପ୍ରହରୀ ବଳ ପାଇଁ ଅସ୍ଥାୟୀ ବଙ୍କର ନିର୍ମାଣ କରୁଛି ନେପାଳ ।

ଏତିକି ନୁହେଁ ନେପାଳ ଗରବାଧାର ଓ ଝାଙ୍ଗରୁରେ ହେଲିପ୍ୟାଡ୍ ନିର୍ମାଣ କରୁଛି । ଭାରତୀୟ ସୁରକ୍ଷା ଏଜେନ୍ସି ଏହା ଉପରେ ନଜର ରଖିଥିବା ବେଳେ ଭାରତ-ନେପାଳ ବର୍ଡରରେ ନେପାଳ ନିଜ ଅଞ୍ଚଳର ଅନ୍ୟ କେତକ ସ୍ଥାନର ହେଲିପ୍ୟାଡ୍ ସହ ଅନ୍ୟ ନିର୍ମାଣ କରୁଥିବା ଜଣାପଡ଼ିଛି । ନେପାଳ ସୁସ୍ତାରେ ଏକ ହେଲିପ୍ୟାଡ୍ ନିର୍ମାଣ କରୁଛି । ଏହି ଅଞ୍ଚଳ ବିହାର ପୂର୍ବ ଚମ୍ପାରଣ ନିକଟରେ । ଏହା ବାତ୍ୟା ଦ୍ୱାରା ଅତ୍ୟଧିକ ପ୍ରଭାବ ହୋଇଥିବା ବେଳେ ଏହି ଅଞ୍ଚଳ ଏବେ ବିବାଦ ଭିତରେ ରହିଛି । ସେଠାରେ ନେପାଳ ଚାଲାକି କରି ନିର୍ମାଣ ଜାରି ରଖିଛି ।

Leave a Reply