କାହିଁକି ଶ୍ରୀଜଗନ୍ନାଥ ଧାରଣ କରନ୍ତି ନାଗାର୍ଜୁନ ବେଶ ? ଏହାର କଣ ରହିଛି ମାହାତ୍ମ୍ୟ

ଭଗବାନ ଶ୍ରୀ କୃଷ୍ଣଙ୍କ କେତେ ଯେ ଲୀଳା ତାହାର ତୁଳନା ନାହିଁ । ଆଜି ସେହି ଲୀଳା ଭିତରୁ ଗୋଟିଏ ଲୀଳାର ଆଗମନ ହୋଇଛି । ଆଜି ହେଉଛି ମହା ପ୍ରଭୁଙ୍କ ନାଗାର୍ଜୁନ ବେଶ । ଯାହା ଚଳିତ ବର୍ଷ ପଡ଼ିଛି ଆଉ ଏହି ବେଶ ଦୀର୍ଘ ୨୫ ବର୍ଷ ପରେ ପଡ଼ିଛି । ଶେଷ ଥର ପାଇଁ ଏହା ୧୯୯୫ ମସିହାରେ କରାଯାଇଥିଲା । ତେବେ ଆପଣ ଜାଣନ୍ତି କି ଏହି ବେଶର କଣ ରହିଛି ତାତ୍ପର୍ଯ୍ୟ କାହିଁକି ମହାପ୍ରଭୁ ହୁଅନ୍ତି ନାଗାର୍ଜୁନ ବେଶ । ଆସନ୍ତୁ ଜଣିବା ଏହି ଲୀଳା ସମ୍ବନ୍ଧିୟ କିଛି ତଥ୍ୟ ।

‘ନାଗାର୍ଜୁନ’ କିଏ ?

ସବୁ ବେଳେ ଶ୍ରୀକୃଷ୍ଣ ଅଂହଙ୍କାରୀଙ୍କ ଅଂହଙ୍କାରକୁ ଖଣ଼୍ଡନ କରିବାକୁ ବିଭିନ୍ନ ଅବତାର ନେଇଥାନ୍ତି । ଆଉ ଏହି ଅବତାରର ସେ ପାଣ୍ଡବ ଅର୍ଜୁନଙ୍କ ଅଂହଙ୍କାରକୁ ଖଣ୍ଡନ କରିଛନ୍ତି । ଆଉ ନାଗାର୍ଜୁନ ରୂପରେ ଧରା ଅବତରଣ କରିଛନ୍ତି । ନାଗାର୍ଜୁନ ହେଉଛନ୍ତି ପାଣ୍ଡବ ପୁତ୍ର ଅର୍ଜୁନ ଏବଂ ବାସୁକୀଙ୍କ ନାଗକୂଳର କନ୍ୟା ସନ୍ଧ୍ୟାବଳୀ ପୁତ୍ର ଥିଲେ । ପାତାଳ ଲୋକରେ ଥିବା ବେଳେ ଅର୍ଜୁନଙ୍କ ସହ ବାସୁକୀ କନ୍ୟା ସନ୍ଧ୍ୟାବଳୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହିଁଙ୍କ ଔରସରୁ ନାଗାର୍ଜୁନ ଜନ୍ମ ଗ୍ରହଣ କରିଥିଲେ । ଭଗବାନଙ୍କ ଏହି ଅବତାରରେ ହିଁ ସେ ପାଣ୍ଡବ ପୁତ୍ର ଅର୍ଜୁନଙ୍କୁ ବଦ୍ଧ କରିଥିଲେ ।

ପୃଥିବୀରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କାହାଦ୍ୱାରା ଅର୍ଜୁନ ପରାସ୍ତ ହେବେ ନାହିଁ ବୋଲି ତାଙ୍କର ଦ୍ରୁଢ  ଧାରଣା ଥିଲା  । ଏହି ଅଂହକାର ଦୂରୀଭୂତ କରିବା ପାଇଁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ଅର୍ଜ୍ଜୁନଙ୍କୁ ପରାସ୍ତ କରିଥିଲେ ବୋଲି ପ୍ରବୋଧନା ଦେଲେ  । କିନ୍ତୁ ଅର୍ଜୁନ ଏହି ପ୍ରବୋଧନାରେ ଶାନ୍ତ ନ ହେବାରୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲେ  । ଅର୍ଜୁନ ନିଜ ପୁତ୍ରଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ସଖା ଶ୍ରୀକୃଷ୍ଣଠାରେ ପୁତ୍ର ନାଗାର୍ଜୁନକୁ  ଦେଖି ଆଶ୍ଚର୍ଯ୍ୟ ହେବା ସଂଗେ ସଂଗେ ନିଜକୁ ଧନ୍ୟ ମଣିଲେ  । ପିତା ପୁତ୍ର ଆନନ୍ଦରେ ପରସ୍ପରକୁ କୋଳାଗ୍ରତ କଲେ  । ସ୍ୱର୍ଗରୁ ଦେବତାମାନେ ନାଗାର୍ଜୁନ ଉପରେ ପୁଷ୍ପବ୍ରୁଷ୍ଟି କଲେ  । ଏହି ଏୈଶ୍ୱର୍ଯ୍ୟ ଲୀଳାର ସ୍ମାରକୀ ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ  ।

ଭକ୍ତଙ୍କ ଭକ୍ତିଙ୍କୁ ପରୀକ୍ଷିବାର କଳା ସେ କାଳିଆକୁ ବହୁତ ଭଲ ଭାବରେ ଜଣା  । ସେଥିପାଇଁ ତ ଆଜି ସେ ବଡ଼ ଦେଉଳରେ ବସି ସବୁ ଦେଖୁଛି ସମସ୍ତଙ୍କ ଭାବକୁ ବୁଝୁଛି । ଆଜି ସେହି ପ୍ରଭୁଙ୍କ ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କୁ ବାରଣ କରାଯାଇଛି । କିନ୍ତୁ ମନ୍ଦିର ଭିତରେ ଥାଇ ସେ ସମସ୍ତଙ୍କ ଭାବକୁ ବୁଝୁଛି ।

Leave a Reply