ବ୍ୟାପକ କ୍ଷୟକ୍ଷତି ଘଟାଇବ ‘ଅମ୍ଫାନ୍’, ମୁକାବିଲା ପାଇଁ ପ୍ରସ୍ତୁତ NDRF

1 min read

ନୂଆଦିଲ୍ଲୀ: ୨ ଦଶନ୍ଧିର ଦ୍ୱିତୀୟ ମହାବାତ୍ୟା । ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଆଉ ଏକ ମହାବାତ୍ୟା ‘ଅମ୍ଫାନ୍’ ସୃଷ୍ଟି ହୋଇଛି । ମହାବାତ୍ୟା ଫଳରେ ଓଡ଼ିଶାର ଉତ୍ତର-ପୂର୍ବ ସମୁଦ୍ର ଅଞ୍ଚଳ ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ପ୍ରଭାବିତ ହେବ ବୋଲି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି । ଲାଣ୍ଡଫଲ ବେଳେ ଅତି ଭୀଷଣ ରୂପରେ ‘ଅମ୍ଫାନ୍’ ରହିବ । ପବନ ଘଣ୍ଟା ପ୍ରତି ୧୯୫-୨୦୦ କିମି ବେଗରେ ବହିବ ।  କଚ୍ଚା ଘର, ନଡ଼ିଆ ଗଛ ନଷ୍ଟ ହେବ । ବିଦ୍ୟୁତ୍ ଖୁଣ୍ଟ, ଟେଲିକମ୍ ଟାୱାର ଖୁଣ୍ଟ ନଷ୍ଟ ହେବ । ରାଜ୍ୟ ସରକାର ଲୋକଙ୍କୁ ତଳିଆ, ସମୁଦ୍ର ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ କରିଛନ୍ତି । ଓଡ଼ିଶାରେ ୧୩ଟି ଟିମ୍ ମୁତୟନ ହୋଇଥିବା ବେଳେ ୧୭ଟି ଟିମ୍ ଷ୍ଟାଣ୍ଡବାଏରେ ରହିଛନ୍ତି । ବାୟୁସେନା ମଧ୍ୟ ପ୍ରସ୍ତୁତ ରହିଛି । ଆବଶ୍ୟକ ସ୍ଥଳେ ଏନଡିଆରଏଫ୍ ଟିମକୁ ସ୍ଥାନାନ୍ତର କରାଯାଇ ପାରିବ ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମହାବାତ୍ୟା ‘ଅମ୍ଫାନ୍’ ଏବେ ଉତ୍ତର ଦିଗରେ ଗତି କରୁଛି । ଏହା ଧିରେ ଧିରେ ଉତ୍ତର ପୂର୍ବ ଦିଗରେ ଗତି କରିବ । ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ‘ଅମ୍ଫାନ୍’ ସୁନ୍ଦରବନ ନିକଟରେ ଦୀଘା ଓ ହାତିଆ ମଧ୍ୟରେ ଅତିକ୍ରମ କରିବ । ପବନ ଘଣ୍ଟା ପ୍ରତି ୧୬୫-୧୭୫ କିମି ଏବଂ ବେଳେବେଳେ ୧୯୫ କିମି ରହିବ । ଉପକୂଳ ଓଡ଼ିଶାରେ ପବନ ଜୋରରେ ବହିବ । ଆଜି ରାତିରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପବନ ଘଣ୍ଟାପ୍ରତି ୪୫-୫୫ କିମି ବେଗରେ ବହିବ । ପରେ ପବନର ବେଗ ବଢ଼ି ଉତ୍ତର ଓଡ଼ିଶାରେ ଘଣ୍ଟା ପ୍ରତି ୨୦ ତାରିଖରେ ୧୧୦-୧୨୦ରୁ କିମି ଏବଂ ବେଳେବେଳେ ୧୩୫ କିମି ରହିବ ।

କଚ୍ଚାଘର, ଆଜବେଷ୍ଟସ୍, ବସ୍ତି, ପୁରୁଣା ପକ୍କା ଘର ନଷ୍ଟ ହେବ । ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସହରାଞ୍ଚଳରେ ଥିବା ହୋର୍ଡିଂ ଧନଜୀବନ ହାନି କରିପାରେ । ଏହାକୁ ହଟାଇ ଦିଆଯିବା ଦରକାର । ଉପକୂଳ ଅଞ୍ଚଳରେ ଥିବା ନଡ଼ିଆ, ଆମ୍ବ ଗଛ ନଷ୍ଟ ହେବ । ଲୋକ ଘରେ ରହିବା ଦରକାର । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

Leave a Reply