ମହାରାଷ୍ଟ୍ର ରାଜନୀତି: ଶିବସେନାକୁ ‘ନା’ କହି ପୂର୍ଣ୍ଣଛେଦ ଟାଣିଲେ ପାଓ୍ୱାର

1 min read

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନ ମନ୍ଥନରେ ପାୱାର ଟାଣିଛନ୍ତି ପୂର୍ଣ୍ଣଚ୍ଛେଦ । ସରକାର ଗଠନ ପାଇଁ ବିକଳ୍ପ ହେଉଛି ବିଜେପି-ଶିବସେନା ମେଣ୍ଟ । ଆମକୁ ବିପକ୍ଷରେ ବସିବାକୁ ଜନମତ ମିଳିଛି । ବିଜେପି-ଶିବସେନା ମିଶି ସରକାର ଗଠନ କରନ୍ତୁ ଆଉ ସୃଷ୍ଟି ହୋଇଥିବା ସଙ୍କଟରୁ ରକ୍ଷା କରନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର

sarad pawarବିଜେପି-ଶିବସେନା ମେଣ୍ଟ ଦୀର୍ଘ ୨୫ ବର୍ଷ ହେଲା ରହିଆସିଛି । ସେମାନେ ତୁରନ୍ତ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପଦକ୍ଷେପ ନିଅନ୍ତୁ । ଶିବସେନା ନେତା ସଞ୍ଜୟ ରାୱତ ଭେଟିବା ପରେ ଶରଦ ପାୱାର ଏମିତି ମତ ରଖିଛନ୍ତି । ସରକାର ଗଠନ ନେଇ ଶିବସେନା ୧୭୦ ବିଧାୟକଙ୍କ ସମର୍ଥନ ଥିବା ଦାବି ଉପରେ ପାୱାର ପ୍ରଶ୍ନ ଉଠାଇଛନ୍ତି । ଶିବସେନାର ୧୭୦ ଗଣିତରେ ଏନସିପି ଓ କଂଗ୍ରେସ ନାହିଁ । ତେବେ, ଶିବସେନା କେମିତି ବହୁମତ ପାଇବ ବୋଲି ସଞ୍ଜୟ ରାୱତଙ୍କୁ ପାୱାର ପଚାରିଛନ୍ତି ।

FADNAVIS THACKREY PAWARଏନସିପି ଓ କଂଗ୍ରେସକୁ ବିରୋଧୀ ଆସନରେ ବସିବାକୁ ଜନମତ ମିଳିଛି । ଆମ ବିଧାୟକଙ୍କ ସଂଖ୍ୟା ୫୪, ଆମେ ସରକାର ଗଢ଼ି ପାରିବୁ ନାହିଁ । ଶିବସେନା ସହଯୋଗରେ ଏନସିପି-କଂଗ୍ରେସ ମେଣ୍ଟ ସରକାରକୁ ମଧ୍ୟ ପାୱାର ପ୍ରତ୍ୟାଖ୍ୟାନ କରିଛନ୍ତି ।

THACKERAY FADNAVIS

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନାକୁ ୫୬ଟି ଆସନ ମିଳିଛି । ବିଜେପି-ଶିବସେନା ପାଖରେ ବହୁମତ ଥିବାବେଳେ ୫୦-୫୦ ଫର୍ମୁଲାରେ ସେନା ଅଡ଼ି ବସିଛି । ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ସହ ମନ୍ତ୍ରିମଣ୍ଡଳରେ ସମାନ ଭାଗ ପାଇଁ ଶିବସେନା ଦାବି କରୁଛି । ତେବେ, ବିଜେପି ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବା ମୁଡରେ ହିଁ ନାହିଁ । ')}

Leave a Reply