ଖୁବ୍‌ ଶୀଘ୍ର ସାରା-ରାକୁଲ-ସିମୋନଙ୍କୁ ସମନ କରିବ ଏନ୍‌ସିବି

1 min read
Sara Riya Rakul

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ୍ ନେଇ ଏନସିବିର ତନାଘନା । ପଚରାଉଚରା ସମୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନେକ ସେଲିବ୍ରିଟିଙ୍କ ନାଁ ନେଇଥିବା ଜଣାପଡିଛି । ଏହି ତାଲିକାରେ ରହିଛି, ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ରକୁଲ ପ୍ରୀତ ସିଂହ, ସିମୋନ ଖମ୍ବାଟାଙ୍କ ଭଳି ସେଲିବ୍ରିଟିଙ୍କ ନାଁ ।

ସାରା, ରକୁଲ ଓ ସିମୋନଙ୍କୁ ଖୁବ୍ ଶୀଘ୍ର ସମନ କରିପାରେ ଏନସିବି । ଏନସିବିର ଜେରା ବେଳେ ସାରା, ରକୁଲ ଓ ଖମ୍ବାଟା ତାଙ୍କଠାରୁ ଡ୍ରଗ୍‌ସ ନେଉଥିଲେ ବୋଲି ରିୟା କହିଥିବା ସୂଚନା ମିଳିଛି ।

ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ଫାର୍ମ ହାଉସ ଓ ପଓ୍ୱନା ଡ୍ୟାମ୍‌ରେ ଏନସିବି ତନାଘନା କରିଛି । ଡ୍ରଗ୍‌ସ ପାର୍ଟିରେ ସାମିଲ ହେଉଥିବା ସେଲିବ୍ରିଟିଙ୍କୁ ନେଇ ତଥ୍ୟ ସଂଗ୍ରହ କରୁଛି । ରିୟା ଓ ସୌଭିକଙ୍କ ନେଟଓ୍ୱାର୍କ ନେଇ ଯାଞ୍ଚ କରାଯାଉଛି । ସୁଶାନ୍ତଙ୍କ ସହ ସଂପର୍କିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି ଏନସିବି । ସୁଶାନ୍ତଙ୍କ ଫାର୍ମ ହାଉସରେ ନିଶା କାରବାର ନେଇ ଅନେକ ପ୍ରମାଣ ପାଇଛି NCB । ନିଶାରେ ବ୍ୟବହାର ଅନେକ ସରଞ୍ଜାମ ଜବତ କରିବା ସହ ଗେଷ୍ଟ ହାଉସର CCTV ଓ DVR ସିଜ୍ କରାଯାଇଛି । ଏହା ମାଧ୍ୟମରେ ଏହି ଗେଷ୍ଟ ହାଉସକୁ କେଉଁମାନେ ଆସୁଥିଲେ ସେନେଇ ଖୁଲାସା କରିବାକୁ ଯାଉଛି NCB । ସୁଶାନ୍ତଙ୍କ ସମେତ ଏଠାକୁ ଆଉ କିଏ କିଏ ଆସୁଥିଲେ ସେନେଇ ଛାନଭିନ କରାଯାଉଛି ।

Leave a Reply