ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କଲା ଏନ୍‌ସିବି

1 min read
bharti singjh

ମୁମ୍ବାଇ: ଗିରଫ ହେଲେ କମେଡି କ୍ୱିନ୍‌ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । ଶନିବାର ଭାରତୀ ସିଂହଙ୍କୁ ଏନ୍‌ସିବି ଗିରଫ କରିଥିବା ବେଳେ ରବିବାର ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ନେଇ ପୂର୍ବରୁ ଭାରତୀ ସିଂହଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ଏନ୍‌ସିବିର ତଦନ୍ତ ବେଳେ ଏବେ ଭାରତୀ ସିଂହ ନାଁ ପୁଣି ଆସିବାରୁ ତାଙ୍କ ଘରେ ରେଡ୍‌ କରାଯାଇଥିଲା । ଶନିବାର ଭାରତୀ ସିଂହଙ୍କ ଘରେ ଓ ତାଙ୍କ ପ୍ରଡକ୍ସନ ହାଉସ୍‌ ଅଫିସ୍‌ରେ ରେଡ୍‌ ବେଳେ ଏନ୍‌ସିବି ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା । ଏହି ଆଧାରରେ ଶନିବାର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଏନ୍‌ସିବି ଅଟକ ରଖିଥିଲା । ୪ ଘଣ୍ଟା କାଳ ମାରାଥନ ଜେରା କରିବା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା । ହେଲେ ତାଙ୍କ ସ୍ୱାମୀଙ୍କୁ ରବିବାର ସକାଳେ ଗିରଫ କରିଥିଲା ଏନ୍‌ସିବି ।

bharti-singh-husband

ପ୍ରାୟ ୮୬.୫ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା ଏନ୍‌ସିବି । ଜେରା ବେଳେ ଭାରତୀ ଓ ହର୍ଷ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଛନ୍ତି । ରବିବାର କମେଡି କୁଇନ୍ ଭାରତୀ ସିଂହଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଗଞ୍ଜେଇ କାରବାରରେ କମେଡିଆନ୍‌ ଭାରତୀ ସିଂହ ଗିରଫ ହେବା ପରେ ଏନସିବିରେ ତାଙ୍କର ରାତି କଟିଛି ।

bharti singjh

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଖୋଳତାଡ଼ ବେଳେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ କଥା ସାମ୍ନାକୁ ଆସିଥିଲା । ଅନେକ ଅଭିନେତା ଅଭିନେତ୍ରୀ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଅନେକ ବଡ଼ ବଡ଼ ଅଭିନେତ୍ରୀ ଓ ଅଭିନେତାଙ୍କୁ ଏନ୍‌ସିବି ସମନ କରିଥିଲା । ଏମିତିକି କିିଛି ଅଭିନେତ୍ରୀଙ୍କୁ ଜେରା ମଧ୍ୟ କରିଥିଲା ଏନ୍‌ସିବି । ତେବେ ବଲିଉଡ୍‌ରେ ଅଭିନେତା ଅଭିନେତ୍ରୀମାନେ ଡ୍ରଗ୍ସ କାରବାରରେ ଲିପ୍ତ ଥିବା କଥା ନେଇ ଏନ୍‌ସିବି ପ୍ରମାଣ ପାଇସାରିଛି । ଆଗକୁ ଆହୁରି ଅନେକ ବଡ଼ ବଡ଼ କଳା ଜେରାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।

Leave a Reply