ନୟାପଲ୍ଲୀରେ ବୃଦ୍ଧାଙ୍କୁ ହତ୍ୟା ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

1 min read

ଭୁବନେଶ୍ବର: ନୟାପଲ୍ଲୀରେ ବୃଦ୍ଧା ତୁଳସୀଦେଈଙ୍କୁ ହତ୍ୟା ମାମଲା । ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ସାଗର ପ୍ରଧାନକୁ ଗିରଫ କଲେ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ । ସାଗରକୁ ପଚରାଉଚରା ବେଳେ ନୟାପଲ୍ଲୀ ତୁଳସୀଦେଈଙ୍କୁ ଆକ୍ରମଣ କରି ସୁନା ଚେନ୍ ଚେନ୍ ଲୁଟ୍ କରିଥିବା ପୋଲିସ ଆଗରେ କହିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ନାରାୟଣ ମହାନ୍ତି । ପୂର୍ବରୁ ଖଣ୍ଡଗିରି ଅଞ୍ଚଳରେ ଏକ ଛିନ୍‌ତାଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛି ନାରାୟଣ । ଲୁଟ୍ ପରେ ହତ୍ୟା ମାମଲାରେ ନାରାୟଣ ମହାନ୍ତିକୁ ଅଧିକା ପଚରାଉଚରା ପାଇଁ ୨ଦିନିଆ ରିମାଣ୍ଡରେ ନେଇଛି ନୟାପଲ୍ଲୀ ଥାନା ପୋଲିସ । କିପରି ସାଗର ଓ ନାରାୟଣ ମିଳିତ ଭାବେ ସୁନା ଚେନ୍ ଲୁଟ୍ କରି ଆକ୍ରମଣ କରିଥିଲେ ତା’ର ଖୁଲାସା କରିବ ପୋଲିସ । ଘରଭଡ଼ା ବାହାନାରେ ବୃଦ୍ଧାଙ୍କ ନିକଟକୁ ଆସି ପ୍ରଥମେ ସୁନା ଚେନ୍ ଲୁଟ୍ କରିଥିଲେ  । ପରେ ମରଣାନ୍ତକ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଦେଈଙ୍କ ମୃତ୍ୟୁ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ୟା ୟା … ହନି.. ଆଉ ତା’ପରେ ଉଡିଗଲା ମନି,କେମିତି ? ଜାଣନ୍ତୁ..

ଗତ ୨୬ ଜୁଲାଇ ୨୦୨୦ ସକାଳରେ ଏଭଳି ଜଘନ୍ୟ ଘାଣ୍ଡ ଭିଆଇଥିଲେ ଅଭିଯୁକ୍ତ । ନୟାପଲ୍ଲୀ ସ୍ଥିତ N- 4 /263 ରେ ରହୁଥିବା ତୁଳସୀ ଦେଈଙ୍କୁ (ବୟସ 70) ଘରେ ପଶି ଲୁଟ କରିବା ସହ ମାରନାନ୍ତକ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । କଟୁରିରେ ହାଣିବା ସହ ତୁଳସୀ ପିନ୍ଧିଥିବା, ୧୦ ଭରିର ସୁନା ଚେନ ଓ କାନଫୁଲ ଲୁଟି ନେଇଥିଲା ଦୁର୍ବୁତ୍ତ । ଅନ୍ୟଏକ ମାମଲାରେ ଜେଲରେ ଥିବା ନାରାୟଣ ମହାନ୍ତି ଜେଲରେ ଏହି କଥା ଆଉ ଜଣେ କଏଦୀକୁ କହୁଥିବା ବେଳେ, ଏହି କଥା ସାମ୍ନାକୁ ଆସିଥିଲା । ନାରାୟଣ ଲୁଟ କରିଥିବା ସୁନା ତା ପ୍ରେମିକା କୁ ଗିଫ୍ଟ କରୁଥିଲା I ସମସ୍ତ ସୁନା ଦେଇଥିବା ପୁଲିସକୁ ନିଜ ବୟାନରେ କହିଛି ଅଭିଯୁକ୍ତ ନାରାୟଣ । ୦୮.୦୮.୨୦୨୦ ରେ ଖଣ୍ଡଗିରି ଥାନା ଅଞ୍ଚଳରୁ ସୁନା ଚେନ ଲୁଟ କରି ଗିରଫ ହୋଇଥିଲା । ଏହି ମାମଲାରେ ନାରାୟଣଣ ଓ ଓ ତାର ସହଯୋଗୀ ରାହୁଲ ମହାନ୍ତି ଓ ପ୍ରଣବ ମହାନ୍ତି ବି ଗିରଫ ହୋଇଥିଲେ  । ବରମୁଣ୍ଡା ଅଞ୍ଚଳରେ ଜଣକୁ ହାଣି ସୁନା ନେଇଥିବା ନିଜ ବୟାନରେ କହିଛି  । ଏହି ହାର୍ଡକୋର ଅପରାଧୀକୁ ୨ଦିନିଆ ରିମାଣ୍ଡରେ ନେଇଛି ନୟାପଲ୍ଲୀ ଥାନା ପୁଲିସ  ।

Leave a Reply