ପୁଣି ମାତିଲେ ମାଓବାଦୀ, ଘରୁ ଡାକି ଆଣି ୨ ଜଣଙ୍କୁ ବିଭତ୍ସ ହତ୍ୟା

1 min read
Naxal Killed Two In Belghar PS Area Suspecting Police Informer

ବାଲିଗୁଡ଼ା: କନ୍ଧମାଳରେ ପୁଣି ମାତିଲେ ମାଓବାଦୀ । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାପଡ଼ା ଗାଁରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ୨ ଜଣଙ୍କୁ ମାଓବାଦୀ ଘରୁ ଡାକି ଆଣି ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି ।

Naxal Killed Two In Belghar PS Area Suspecting Police Informer

ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଏସଓଜି ଯବାନ ସହିଦ ହୋଇଥିବା ବେଳେ ୫ ଜଣ ମାଓବାଦୀ ନିହତ ହୋଇଥିଲେ ।

Naxal Killed Two In Belghar PS Area Suspecting Police Informer
FILE

ଏହା ପୂର୍ବରୁ ଗତ ଜୁଲାଇ ମାସରେ ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୨ ମାଓବାଦୀ ନିହତ ହୋଇଥିଲେ । ସେହିପରି ଜୁଲାଇ ୫ ତାରିଖରେ ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୬ ତାରିଖରେ ପୁଣି ଗୁଳିବିନିମୟରେ ଆଉ ଜଣେ ମାଓବାଦୀ ନିହତ ହୋଇଥିଲେ । ଏପରି ଭାବେ ମାତ୍ର ୨୦ ଦିନ ମଧ୍ୟରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ମାଓ ସଂଗଠନକୁ ଅଣନିଶ୍ୱାସୀ କରି ଦେଇଥିଲା । ଏବେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି ।

Leave a Reply