ଗୋଆରେ ଖସିପଡ଼ିଲା ନୌସେନାର ଯୁଦ୍ଧ ବିମାନ ମିଗ୍-୨୯, ପାଇଲଟ୍ ଖଟାଇଲେ ଉପସ୍ଥିତ ବୁଦ୍ଧି

1 min read

ପାଣାଜୀ : ଗୋଆର ଡାବୋଲିମରେ ନୌସେନାର ଏକ ତାଲିମ୍ ଦିଆଯାଉଥିବା ଯୁଦ୍ଧ ବିମାନ ମିଗ୍-୨୯ ଆଇଏନଏସ୍ ହନସା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୨ ପାଇଲଟ୍ ଏମ. ସୋଇଖଣ୍ଡ ଏବଂ ଲେଫ୍ଟନାଣ୍ଟ ଦୀପକ ଯାଦବ ସୁରକ୍ଷିତଭାବେ ତଳକୁ ଆସିଯାଇଛନ୍ତି । ପାରାଚୁଟ୍ ମାଧ୍ୟମରେ ଏମାନେ ବିପଦର ସଙ୍କେତ ପାଇବା ପରେ ତଳକୁ ଆସିଯାଇଥିଲେ ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିଗ୍-୨୯ ବିମାନ

ତେବେ ଯୁଦ୍ଧ ବିମାନଟିର ଡାହାଣପଟ ଇଞ୍ଜିନରେ ବଡ଼ ପକ୍ଷୀ ମାଡ଼ ହେବାରୁ ଏଥିରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ଜୋରରେ ଜଳିବାରୁ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ପାଇଲଟ୍ ଦ୍ୱୟ ଇଜେକ୍ଟ କରିଦେଇଥିଲେ ।

ନୌସେନା ପକ୍ଷରୁ ପ୍ରଥମେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ପରେ ଏହାର ଭଗ୍ନାବଶେଷ ଏକ ଖାଲି ସ୍ଥାନରୁ ମିଳିଛି । ବିମାନଟି ଖାଲି ସ୍ଥାନରେ ପଡ଼ିଥିବାରୁ କାହାରି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଏପଟେ ନୌସେନା ପକ୍ଷରୁ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ

ମିଗ୍-୨୯ ଭାରତର ପ୍ରମୁଖ ଯୁଦ୍ଧ ବିମାନ ଭାବେ ପରିଚିତ । ପୂର୍ବରୁ ମଧ୍ୟ ଥରେ ଦୁର୍ଘଟଣା ହୋଇଥିଲା । ଏବେ ଏ ବିମାନ ବାରମ୍ବାର କାହିଁକି ଦୁର୍ଘଟଣାଗ୍ରସ୍ତ ହେଉଛି ସେ ନେଇ ପ୍ରଶ୍ନ ଉଠିଲାଣି । ')}

Leave a Reply