Navratri 2020: ଆଜି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା, ଜାଣନ୍ତୁ କଣ କଲେ ସନ୍ତୁଷ୍ଟ ହେବେ ଦେବୀ…

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ନବରାତ୍ରି ପୂଜା। ଆଜି ନବରାତ୍ରୀର ପୂଜାର ତୃତୀୟ ଦିନ । ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ଙ୍କୁ ଦର୍ଶନ କରି ସୁଖଶାନ୍ତି ପାଇଁ କାମନା କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ । ନବରାତ୍ରୀର ତୃତୀୟ ଦିନରେ ଭୟରୁ ମୁକ୍ତି ମିଳେ ଏବଂ ସାହସ ମିଳିଥାଏ । ତୃତୀୟ ଦିନରେ ମାଆଙ୍କର ଚନ୍ଦ୍ରଘଣ୍ଟା ସ୍ୱରୂପ ପୂଜା କରାଯାଏ। । ମା’ଶକ୍ତି ସ୍ୱରୁପିଣୀ । ଜଗତ ଜନନୀ ଅଭୟ ବର ଦାୟିନୀ । ତାଙ୍କରି ଆଶିଷ ବଳରେ ଦୁଃଖ ହୁଏ ଦୂର । ପୁରାଣରେ ମା’ଙ୍କ ମହିମା ସଂପର୍କରେ ବର୍ଣ୍ଣିତ ହୋଇଛି । ଦୁର୍ଗା ହେଉଛନ୍ତି ଦୁର୍ଗାୟେ ଦୁର୍ଗା ପରାୟେ ଅର୍ଥାତ୍‌ ଯେ ଦୁର୍ଦ୍ଦଶା ଓ ଦୁର୍ଘଟଣାକୁ ମୋଚନ କରିପାରନ୍ତି । ଦାନବ ମାନଙ୍କ ଦୌରାତ୍ମ୍ୟରୁ ଧରାକୁ ରକ୍ଷା କରିବା ପାଇଁ ତାଙ୍କର ଆବିର୍ଭାବ ବୋଲି ଦେବୀ ନିଜେ କହିଛନ୍ତି । ରାବଣର ନିଧନ ଲାଗି ବ୍ରହ୍ମାଙ୍କ ପ୍ରରୋଚନାରେ ସେ ରାମୃଙ୍କୁ ଯ଼ୁଦ୍ଧ କ୍ଷେତ୍ରରେ ସାହାଯ୍ୟ କରିଥିଲେ । ସେହି ପାରଂପରିକ ବିଶ୍ୱାସ ଆଧାରରେ ଆଜି ପ୍ରତ୍ୟେକ ଶକ୍ତିପୀଠରେ ହେଉଛି ଦେବୀପୂଜା ଓ ଆରାଧନା । ମାଆ ଚନ୍ଦ୍ରଘଣ୍ଟା ତନ୍ତ୍ର ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରଣ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ସହି ଜଡିତ । ଏଥର ମାଆଙ୍କର ତୃତୀୟ ସ୍ୱରୂପର ପୂଜା କରାଯିବ।

ନାଲି ପୋଷାକ ପିନ୍ଧି ମା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱସା ରହିଛି । ନାଲି ଫୁଲ, ରକ୍ତ ଚନ୍ଦନ ଏବଂ ନାଲି ଓଢ଼ଣୀକୁ ମା’ଙ୍କୁ ସମର୍ପିତ କରିବା ଉତ୍ତମ ହୋଇଥାଏ । ଆଜି ଏହି ଦିନର ପୂଜା ମଣିପୁର ଚକ୍ରକୁ ମଜବୁତ କରେ ଏବଂ ଭୟର ନାଶ କରିଥାଏ । ମଣିପୁର ଚକ୍ର ଦୁର୍ବଳ ହେଲେ ବ୍ୟକ୍ତିର ସାହସ ନାହିଁ । ଏହା ବ୍ୟକ୍ତିଙ୍କ ଭିତରେ ଲୋଭ, ଇର୍ଷା, ଘୃଣା ଏବଂ ଲଜ୍ଜାର ଭାବନା ସୃଷ୍ଟି କରିଥାଏ । ସେଥିପାଇଁ ମଣିପୁର ଚକ୍ର ମଜବୁତ ହେବା ଆବଶ୍ୟକ ।

ସାହସ ପ୍ରାପ୍ତି ଏବଂ ଭୟରୁ ମୁକ୍ତି ପାଇବା ପାଇଁ କ’ଣ କରିବା ଉଚିତ୍?

– ମଧ୍ୟରାତ୍ରିରେ ନାଲି ପୋଷାକ ପିନ୍ଧି ମାଆଙ୍କୁ ପୂଜା କରିବା ଉଚିତ୍ ।

– ପ୍ରଥମେ ଗୁରୁଙ୍କୁ ପ୍ରଣାମ କରିବା ଉତ୍ତମ ହୋଇଥାଏ ।

– ମାଆ ଦୁର୍ଗାଙ୍କ ସାମ୍ନାରେ ଦୀପ ଜାଳି  ନିଆଁ ଉପରେ ଧ୍ୟାନ କରିଲେ ମନ ଭଲ ରୁହେ ।

–  ନର୍ବାଣ ମନ୍ତ୍ର ଜପ କଲେ ମନ ଶାନ୍ତ ରହିବ ।

Leave a Reply