୨୦ ବର୍ଷ ସରକାରରେ ରହିବା ପରେ ଏମିତି କହିଲେ ନବୀନ…

1 min read

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନକୁ ୨୦ ବର୍ଷ ପୂରିଲା । ଆଜିକୁ ୨୦ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀ ବିଜୁ ଜନତା ଦଳ (ବିଜେଡି)କୁ ସରକାର ଗଠନର ସୁଯୋଗ ଦେଇଥିଲେ । ବିଜେଡି-ବିଜେପି ମେଣ୍ଟ ୯ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା । ୨୦୦୯ ପରେ ବିଜେଡି ଏକାକୀ ସରକାର ଗଠନ କରୁଛି । କ୍ରମାଗତ ଭାବେ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ଲୋକାଭିମୁଖୀ ଓ ବିକାଶ ଅଭିମୁଖୀ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାବାସୀ ଗତ ୨ ଦଶନ୍ଧି ହେଲା ନବୀନଙ୍କ ନେତୃତ୍ୱକୁ ଭରସା କରି ଚାଲିଛନ୍ତି । ଲୋକଙ୍କ ଆଶା, ଆଂକକ୍ଷାକୁ ପୂରଣ କରିବାରେ ମଧ୍ୟ ନବୀନ ହେଳା କରିନାହାନ୍ତି । ଯେଉଁଥିପାଇଁ ପ୍ରତି ନିର୍ବାଚନରେ ତାଙ୍କ ପ୍ରତି ଜନ ସମର୍ଥନ ଓ ଲୋକଙ୍କ ଭଲ ପାଇବା ବଢ଼ି ବଢ଼ି ଚାଲିଛି । ଗାଁଠୁ ଆରମ୍ଭ କରି ସହର ଯାଏଁ, ସ୍କୁଲରୁ ଆରମ୍ଭ କରି କଲେଜ ଯାଏଁ ସବୁଠି ନବୀନଙ୍କ ପ୍ରତି ଲୋକଙ୍କ ରହିଛି ଆବେଗଭରା ସମର୍ଥନ ।ବିଶାଳ ଜନ ସମର୍ଥନରେ ଗତ ୨୦ ବର୍ଷ ଧରି ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜେୟ, ଅଦ୍ୱିତୀୟ ନେତା ଭାବେ ନବୀନ ଲୋକଙ୍କ ହୃଦୟରେ ରହିଛନ୍ତି । ନିଜ ମୁଖ୍ୟମନ୍ତ୍ରୀତ୍ୱକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ନବୀନ ଏକ ବାର୍ତ୍ତା ଦେଇ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି । ଜୟ ଜଗନ୍ନାଥରୁ ସେ ନିଜ ବାର୍ତ୍ତା ଆରମ୍ଭ କରି କହିଛନ୍ତି ଯେ, ‘ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋ ପରିବାର, ମୁଁ ସେମାନଙ୍କ ନିକଟରେ ଋଣୀ ।’

 

Leave a Reply