ବଣ୍ଡାଘାଟିରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ

ମାଲକାନଗିରି: ବଦଳିଛି ବଣ୍ଡାଘାଟିର ଚିତ୍ର, ବଢିଛି ବିକାଶର ପରିଧି । ରାଜ୍ୟର ବିକାଶ ମାନଚିତ୍ରରେ ଯୋଡ଼ି ହୋଇଛି ମାଲକାନଗିରିର ବଣ୍ଡାଘାଟି । ପାହାଡ଼ର ଛାତି ଚିରି ଗାଁକୁ ଫିଟିଛି ରାସ୍ତା, ପହଞ୍ଚିଛି ଶିକ୍ଷା, ସ୍ୱାସ୍ଥ୍ୟସେବା । ବଣ୍ଡାଘାଟିରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ହୋଇଛି । ବଦଳିଛି ଆର୍ଥିକ ଓ ସାମାଜିକ ସ୍ଥିତି । ବିକାଶ ଧାରାରେ ସାମିଲ ହୋଇଛି ବଣ୍ଡାଘାଟି ।

Naveen Govt Development Work In Banda Ghati Of Malkangiri

‘ଅପହଞ୍ଚ’ ଏବେ ଅତୀତ, ବିକାଶ ବର୍ତ୍ତମାନ । ବଣ୍ଡାଘାଟିରେ ବିକାଶର ସ୍ପର୍ଶ । ଫିଟିଛି ରାସ୍ତା, ପହଞ୍ଚିଛି ସ୍ୱାସ୍ଥ୍ୟସେବା । ବଣ୍ଡାଘାଟିରେ ଶିକ୍ଷାର ସ୍ୱାକ୍ଷର । ବିକାଶର ସୁଅରେ ବଦଳିଛି ମାଲକାନଗିରି ଖଇରପୁଟର ବଣ୍ଡାଘାଟି । ସମୁଦ୍ର ପତନଠାରୁ ୫ ହଜାର ଫୁଟ୍ ଉପରେ ବଣ୍ଡାଘାଟିରେ ବାସ କରନ୍ତି ପ୍ରାଚୀନ ବଣ୍ଡା ଜନଜାତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ମୌଳିକ ସୁବିଧାଠାରୁ ଏଠାକାର ଲୋକ ଦୂରରେ ଥିଲେ । ହେଲେ ରାଜ୍ୟ ସରକାରଙ୍କ ନବୀନ ପରିକଳ୍ପନାର ସଫଳ ରୂପାୟନ ଯୋଗୁଁ ବଣ୍ଡାଘାଟିକୁ ଖୋଲିଛି ବିକାଶର ବାଟ ।

Naveen Govt Development Work In Banda Ghati Of Malkangiri

ବଦଳିଛି ବଣ୍ଡାଘାଟିର ଭୂଗୋଳ । ପାହାଡ଼ ଛାତିରେ ଏବେ ବିକାଶର ସ୍ୱାକ୍ଷର । ବର୍ଷ ବର୍ଷ ଧରି ଗମନାଗମନ ସମସ୍ୟା ସହ ଯୁଝୁଥିଲେ ଏଠାକାର ଲୋକ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଯୋଗୁ ତିଆରି ହୋଇଛି ରାସ୍ତା । ମାଲକାନଗିରି ଖଇରପୁଟଠାରୁ ମୁଦୁଲିପଡ଼ା ପର୍ଯ୍ୟନ୍ତ ୨୫ କୋଟି ଟଙ୍କାରେ ୨୬ କିଲୋମିଟର ରାସ୍ତା ତିଆରି କରାଯାଇଛି । ଏହାପରଠୁ ବଣ୍ଡାଘାଟିରେ ଲାଗିଛି ବିକାଶର ଡୋରି ।

Naveen Govt Development Work In Banda Ghati Of Malkangiri

ମୁଦୁଲିପଡ଼ା ପଞ୍ଚାୟତର ପ୍ରାୟ ୨୦ ଖଣ୍ଡ ଗାଁକୁ ରାସ୍ତା, ବିଜୁଳି ଓ ପାନୀୟଜଳ ପହଞ୍ଚିଛି । ଆଗରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା କଷ୍ଟକର ଥିଲା, ହେଲେ ଏବେ ଗାଁରେ ପହଞ୍ଚିପାରୁଛି ଆମ୍ବୁଲାନ୍ସ । ଖାଲି ସେତିକି ନୁହେଁ, ଏବେ ଶିକ୍ଷାର ଧାରାରେ ସାମିଲ ହୋଇଛନ୍ତି ବଣ୍ଡାଘାଟିର ପିଲାମାନେ । ସ୍କୁଲ ସହ ହଷ୍ଟେଲ ଥିବାରୁ ସହଜ ହୋଇଛି ପାଠପଢ଼ା । ବଣ୍ଡାଘାଟିରେ ଯାହା ଦିନେ ସ୍ୱପ୍ନ ଥିଲା, ରାଜ୍ୟ ସରକାରଙ୍କ ପାଇଁ ତାହା ସାକାର ହୋଇଛି । ସମସ୍ୟା ଏବେ ଅତୀତ ହେବାକୁ ବସିଲାଣି, ବଣ୍ଡାଘାଟି ଦେଖୁଛି ବିକାଶର ନୂଆ ଦିଗନ୍ତ ।

Leave a Reply