ଭାରତ-ବାଂଲାଦେଶ ଶିଖର ସମ୍ମିଳନୀ, ୫୫ବର୍ଷ ପରେ ଗଡିବ ରେଳ

1 min read

ନୂଆଦିଲ୍ଲୀ: ଭାରତ-ବାଂଲାଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଆସୁଛି ସୁଧାର । ଆଜି ଡିଜିଟାଲ ଶିଖର ସମ୍ମିଳନୀରେ ଭେଟା ଭେଟି ହୋଇଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଅନେକ ପ୍ରସଙ୍ଗରେ କରିଛନ୍ତି ଆଲୋଚନା ।

ଦୀର୍ଘ ୫୫ବର୍ଷ ପରେ ଦୁଇଦେଶ ମଧ୍ୟରେ ସଂଯୋଗ ହେବାକୁ ଯାଉଛି ରେଳପଥ । ଦୁଇ ଦେଶ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହେଲେ ସମ୍ପର୍କ ଆହୁରି ମଜଭୁତ୍ ହେବ ବୋଲି ଆଶା ରହିଛି । ଉଭୟ ଦେଶର ସମ୍ପର୍କକୁ ମଜଭୁତ୍ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି ବୋଲି ମଧ୍ଯ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବାଂଲାଦେଶ ଆମର ଗୁରୁତ୍ୱପୂର୍ଣ୍ଣ ପଡୋଶୀ ରାଷ୍ଟ୍ର । ପ୍ରଥମ ଦିନରୁ ହି ବାଂଲାଦେଶ ସହ ସମ୍ପର୍କ ମଜବୁତ କରିବାକୁ ପ୍ରାଥମିକତା ଦିଆଯାଉଛି । ଆଜିର ଶିଖର ସମ୍ମିଳନୀରେ ଅନ୍ୟ କିଛି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଟିକା ବିତରଣରେ ମଧ୍ୟ ଭାରତ ସରକାର ବାଙ୍ଗଲାଦେଶକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply