ଭାରତୀୟ ବୖେଜ୍ଞାନିକମାନେ ଆମର ଗର୍ବ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ନ୍ୟାସନାଲ୍ ମେଟ୍ରୋଲୋଜି କନକ୍ଲେଭର ଉଦଘାଟନ୍ କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସିଂ ଜରିଆରେ ବୖେଜ୍ଞାନିକ ମାନଙ୍କୁ ଅଭିବାଦନ ଜଣାଇଛନ୍ତି ।

ସୂଚନା ମୁତାବକ, କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ନେଇ ସେ ବୖେଜ୍ଞାନିକ ମାନଙ୍କୁ ଅଭିବାଦନ ଜଣାଇବା ସହ ସେମାନେ ଆମର ଗର୍ବ ବୋଲି କହିଛନ୍ତି । ଆମର ବୈଜ୍ଞାନିକ ମାନେ ଗୋଟିଏ ନୁହେଁ ବରଂ ଦୁଇଟି ସ୍ୱଦେଶୀ କରୋନା ଟିକା ବାହାର କରିବାରେ ସଫଳ ହୋଇଛନ୍ତିି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଦୁନିଆର ସବୁଠୁ ବଡ ଭ୍ୟାକ୍ସିନ୍ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଦେଶକୁ ନିଜ ବୈଜ୍ଞାନିକ ମାନଙ୍କ ଯୋଗଦାନ ଉପରେ ବହୁତ ଗର୍ବ ଅଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ସରକାରୀ କ୍ଷେତ୍ରରେ ହେଉ କିମ୍ବା ବେସରକାରୀ କ୍ଷେତ୍ରରେ ଆମ ଦେଶର ସେବାରେ ଗୁଣବତ୍ତା ରହିଛି । ଏହି ଗୁଣବତ୍ତାର ମାନ ନିର୍ଦ୍ଧାରିତ କରିବ ଯେ ବିଶ୍ୱରେ ଭାରତ ତଥା ଭାରତୀୟ ଉତ୍ପାଦଗୁଡ଼ିକର ଶକ୍ତି କେତେ ବଢିଛି । ୨୦୨୨ ରେ ଦେଶ ଆମର ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ସମୟ ମଧ୍ୟରେ ଆତ୍ମନିର୍ଭରଶୀଳ ଭାରତର ନୂତନ ସଂକଳ୍ପ, ନୂତନ ମାନକ ତଥା ମାନଦଣ୍ଡକୁ ଧ୍ୟାନରେ ରଖି ଆଗକୁ ବଢିବାକୁ ପଡିବ।

Leave a Reply