ଓଡ଼ିଶା ପୋଲିସକୁ ଆଉ ଏକ ସଫଳତା: କୋଭିଡ ପରିଚାଳନା ପାଇଁ ହେଲେ ସମ୍ମାନିତ

1 min read

ନୂଆଦିଲ୍ଲୀ: କୋଭିଡ ପରିଚାଳନା ପାଇଁ ଓଡ଼ିଶା ପୋଲିସକୁ ସମ୍ମାନିତ କଲା ଜାତୀୟ ମହିଳା କମିଶନ   । ଏନସିଡବ୍ଲୁର ୨୯ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ସମ୍ମାନ ଗ୍ରହଣ କଲେ ବରଗଡ଼ ଏସପି ପଦ୍ମିନୀ ସାହୁ  । ଦିଲ୍ଲୀ ବିଜ୍ଞାନ ଭବନରେ ସମ୍ମାନ ପ୍ରଦାନ ସମାରୋହ  ଆୟୋଜିତ ହୋଇଥିଲା  । ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରିଛି  ଓଡ଼ିଶା ପୋଲିସ । ଗତ କିଛି ଦିନ ପୂର୍ବେ ପୋଲିସ ରାକିଂରେ ମଧ୍ୟ ଓଡ଼ିଶ ପୋଲିସ ସଫଳତା ହାସଲ କରିଥିଲା । ପୋଲିସ ରାକିଂରେ ୩ୟ ସ୍ଥାନରେ ରହିଥିଲା ଓଡ଼ିଶା ପୋଲିସ  । ୧୮ଟି ବଡ଼ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ରହିଛି  ।  ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କଲେ ପୋଲିସ ଡିଜି ଅଭୟ  । ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୦ରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି  । ୨୦୧୯ ରିପୋର୍ଟରେ ଓଡ଼ିଶା ୭ ନମ୍ବର ସ୍ଥାନରେ ଥିଲା  । ସେପଟେ ନ୍ୟାୟ ବ୍ୟବସ୍ଥାରେ ରାଜ୍ୟ ପଛରେ ରହିଛି  । ୧୫ ନମ୍ବର ସ୍ଥାନରେ ରାଜ୍ୟ ରହିଛି  । ୨୦୧୯ରେ ୯ ନମ୍ବର ରାଙ୍କ୍‌ରେ ଥିଲା ଓଡ଼ିଶା |

ତେବେ ପ୍ରଥମ ସ୍ଥାନରେ କର୍ଣ୍ଣାଟକ ଓ ଦ୍ୱିତୀୟ ସ୍ଥାନରେ ଛତିଶଗଡ଼ ରହିଥିବା ବେଳେ ଓଡ଼ିଶା ପଛକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ରହିଛି । ତାଲିକାର ଶେଷରେ ରହିଛି ମଧ୍ୟପ୍ରଦେଶ ପୋଲିସ ।

ଏଥିସହିତ ପଢ଼ନ୍ତୁ: ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦: ତୃତୀୟ ସ୍ଥାନରେ ଓଡ଼ିଶା ପୋଲିସ

Leave a Reply