NASAର ଚେତାବନୀ ! ଘଣ୍ଟାପ୍ରତି୪୮ ହଜାର ବେଗରେ ଆଜି ପୃଥିବୀ ନିକଟ ଦେଇ ଗତି କରିବ ୧୭୦ ମିଟର ବଡ଼ ଉଲକାପିଣ୍ଡ

1 min read

ନ୍ୟୁୟର୍କ: ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍- ନାସା) ଏକ ସତର୍କ ସୂଚନା ଜାରି କରିଛି, ଯେ ଶୁକ୍ରବାର ଦିନ ପ୍ରାୟ ୧୭୦ ମିଟର ବଡ ମେଟେରାଇଟ୍ କିମ୍ବା ଆଷ୍ଟେରଏଡ୍ 2020 ND ପୃଥିବୀକୁ ଅତି ନିକଟବର୍ତ୍ତୀ ହେବ। ‘2020 ND’ ନାମକ ଏହି ଉଲକାପିଣ୍ଡ ପୃଥିବୀଠାରୁ ପ୍ରାୟ .୦୩୪ ଜ୍ୟୋତିର୍ବିଜ୍ଞାନ ୟୁନିଟ୍ (୫୦ ଲକ୍ଷ ୮୬ ହଜାର ୩୨୮ କିଲୋମିଟର) ଦୂରତାରେ ଅତିକ୍ରମ କରିବ | ନାସା କହିଛି ଯେ ପୃଥିବୀର ଏତେ ନିକଟ ଦେଇ ଯାଉଥିବା ଉଲକାପିଣ୍ଡକୁ ସମ୍ଭାବ୍ୟ ବିପଦ ତାଲିକାରେ ରଖାଯାଇଛି। ଏହି ଗ୍ରହର ଗତି ଘଣ୍ଟା ପ୍ରତି ୪୮ ହଜାର କିଲୋମିଟର ରହିଛି ।

ଏହାପୂର୍ବରୁ ଜୁନ୍ ୫ ରେ ଏକ ଗ୍ରହ ପୃଥିବୀଠାରୁ ୧ ଲକ୍ଷ ୯୦ ହଜାର ମାଇଲ ଦୂରତା ଦେଇ ଯାଇଥିଲା । ଆଷ୍ଟ୍ରୋଏଡ ‘2020 LD’ ପୃଥିବୀ ଏବଂ ଚନ୍ଦ୍ର ଦେଇ ଗତି କରିଥିଲା । ଏହାର ଆକାର ୪୦୦ ଫୁଟ ଥିଲା | ଜୁନ୍ ୭ ପର୍ଯ୍ୟନ୍ତ ବୌଜ୍ଞାନିକମାନଙ୍କ ପାଖରରେ  ଏନେଇ କୌଣସି ଖବର ନଥିଲା। ଅବଶ୍ୟ, ବୌଜ୍ଞାନିକମାନେ ରିପୋର୍ଟ କରିଥିଲେ ଯେ ଏହି ଆଷ୍ଟେରଏଡ୍ ବହୁତ ବଡ ନୁହେଁ, କିନ୍ତୁ ଏହା ଚେଲ୍ୟାବିକ୍ସ ଉଲକାପିଣ୍ଡ ଠାରୁ ବଡ଼ ଥିଲା ଯାହା ୨୦୧୩ରେ ସାଇବୋରିଆରେ ବିପର୍ଯ୍ୟୟ ଘଟାଇଥିଲା ।

ନାସା କହିଛି ଯେ ୦.୦୫ ଆଷ୍ଟ୍ରୋନୋମିକାଲ ୟୁନିଟ୍ କିମ୍ବା ତା’ଠାରୁ କମ୍ ବେଗରେ ଅତିକ୍ରମ କରୁଥିବା ଏକ ଉଲକାପିଣ୍ଡ ପୃଥିବୀ ନିକଟ ଦେଇ  ଯିବାରେ ବିପଦ ରହିଛି । ସେମାନଙ୍କ ଅନୁସାରେ  ଜରୁରୀ ନୁହେଁ ଯେ  ପୃଥିବୀ ଉପରେ ଏହା କୌଣସି ପ୍ରଭାବ ପକାଇବ ।  ଦି ପ୍ଲାନେଟାରୀ ସୋସାଇଟି ଅନୁଯାୟୀ, ତିନି ଫୁଟର ପ୍ରାୟ ୧ ବିଲିୟନ ଆଷ୍ଟେରଏଡ ରହିଛନ୍ତି, କିନ୍ତୁ ସେମାନେ ପୃଥିବୀ ପାଇଁ ବିପଦ ସୃଷ୍ଟି କରନ୍ତି ନାହିଁ । ୯୦ ଫୁଟରୁ ଅଧିକ ଆଷ୍ଟେରଏଡ ପୃଥିବୀକୁ ନଷ୍ଟ କରିବାର ଏକ ବଡ଼ ବିପଦ ରହିଥାଏ । ପ୍ରତିବର୍ଷ ପ୍ରାୟ ୩୦ଟି ଛୋଟ ଉପଗ୍ରହ ପୃଥିବୀକୁ ଧକ୍କା ଦେଇଥାଏ, କିନ୍ତୁ ପୃଥିବୀକୁ ବଡ଼ କ୍ଷତି ପହଞ୍ଚାଏ ନାହିଁ ।

୧୩ ଅପ୍ରେଲ ୨୦୨୯ରେ ବିନାଶର ଆଶଙ୍କା

ଜ୍ୟୋତିର୍ବିଜ୍ଞାନଙ୍କ ଅନୁଯାୟୀ, ୧୬୪୦ ଫିଟ କିମ୍ବା ତାଠାରୁ ଅଧିକ ବଡ଼ ଆଷ୍ଟୋରଏଡର ଏକ ଲକ୍ଷ ୩୦ ହଜାର ବର୍ଷରେ ଥରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଥାଏ । ୧୩ ଅପ୍ରେଲ ୨୦୨୯ରେ ଆଷ୍ଟରଏଡ ‘99942 ଏପୋଫିସ’ ପୃଥିବୀର ଅତି ନିକଟରେ ଅତିକ୍ରମ କରିବ । ଏହା ପୃଥିବୀ ସହ ଧକ୍କା ମଧ୍ୟ ହୋଇପାରେ ଅବା କିଛି ଉପଗ୍ରହକୁ କ୍ଷତି ମଧ୍ୟ ପହଞ୍ଚାଇପାରେ । ଏହି ଆଷ୍ଟରଏଡର ଆକାର ୧୧୦୦ ଫିଟ୍ ରହିବ ବୋଲି ଅନୁମାନ କରିଯାଉଛି ।

 

Leave a Reply