ଏଇ ଆମ ପୃଥିବୀ

1 min read

ନ୍ୟାସନାଲ ଏରୋନେଟିକ୍ସ ଏଣ୍ଡ ସ୍ପେସ ଆଡ଼ମିନଷ୍ଟ୍ରେସନ ବା ନାସା ପୃଥିବୀର ଏମିତି କିଛି ଚିତ୍ର ପୋଷ୍ଟ କରିଛି ଯାହା ଆପଣଙ୍କ ଭିତରେ ରୋମାଞ୍ଚନ ସୃଷ୍ଟି କରିବ । ଏ ଫଟୋ ସବୁ ଇଣ୍ଟନ୍ୟାସନାଲ ସ୍ପେଷ ଷ୍ଟେସନରୁ ଉତ୍ତୋଳନ କରାଯାଇଛି । 250ମାଇଲ ବା୪୦୦ କିଲୋମିଟର ଦୂରରୁ ପୃଥିବୀର ଉଠାଯାଇଥିବା ଏ ଫଟୋ ଅନେକାଂଶରେ କୈାତୁହଳ ସୃଷ୍ଟି କରୁଛି ।

 ଅନେକ ସମୟରେ ମଙ୍ଗଳଗ୍ରହର ଚିତ୍ର ସେୟାର କରୁଥିବା ନାସା ପୁଣିଥରେ ଜନସମାଜକୁ ମନେପକାଇଦେଇଛିଯେ ଆମେ ବାସ କରୁଥିବା ଗ୍ରହ ଅର୍ଥାତ ପୃଥିବୀ କେତେ ମାତ୍ରାରେ ସୁନ୍ଦର ଆଉ ଆକର୍ଷଣୀୟ । ନିସନ୍ଦେହରେ ଏ ଚିତ୍ର ସବୁ ଆବଷ୍ଟ୍ରାକ୍ଟ ପେଣ୍ଟିଂର ଭ୍ରମ ସୃଷ୍ଟି କରୁଛି । ୟୁରୋପିଆନ ସ୍ପେସ୍ ଏଜେନ୍ସି ଦ୍ବାରା ଉତ୍ତୋଳିତ ଏ ଫଟୋ ସବୁ ଟ୍ବିଟରରେ ସେୟାର କରାଯିବା ପରେ ଅଗଣିତ ଲୋକ ଏହାକୁ ପସନ୍ଦ କରିଛନ୍ତି । ପୃଥିବୀର ଏ ଚିତ୍ରରେ ମରୁଭୂମି,ବରଫାଚ୍ଛନ୍ନ ପର୍ବତ, ଆଭ୍ୟନ୍ତରୀଣ ସମୁଦ୍ରର କିଛି ଅଂଶ ସମସ୍ତଙ୍କୁ ସ୍ତବ୍ଧ କରିଛି । ସ୍ବିଜରଲାଣ୍ଡର ରିମ୍ଫିସନ ଏବଂ ଷ୍ଟେଲିହର୍ନ ପର୍ବତ ମଝିରେ ୧୯୬୦ରେ ନିର୍ମିତ ଏକ କୃତ୍ତ୍ରିମ ଜଳାଶୟର ସୁନ୍ଦରତା ହେଉ ଅବା ଆଫ୍ରିକାର ଆୟି ଅଫ୍ ଦ ସାହାରା ବା ପୃଥିବୀର ଆଖି ଭାବେ ପରିଚିତ ଷ୍ଟ୍ରକଚର ଏ ପୋଷ୍ଟରେ ସ୍ଥାନିତ ହୋଇଛି ।

')}

Leave a Reply