ଜଳୁଛି ଭାରତ, ଦେଖନ୍ତୁ ସାଟେଲାଇଟରୁ ନାସା ଉଠାଇଥିବା ଫଟୋ

1 min read

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ କଲବଲ କରୁଛି ତାତି । ଦେଶରେ ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଜଳୁଥିବା ଭାରତର ଫଟୋଚିତ୍ର ଜାରି କରିଛି ନାସା । ସାଟେଲାଇଟରୁ ନିଆ ଯାଇଥିବା ଏହି ଫଟୋ ଚିତ୍ରରେ ତାପମାତ୍ରାକୁ ଦର୍ଶାଯାଇଛି । ଜାନୁଆରୀ ୨୧ରରେ ନାସା ନେଇଥିବା ଫଟୋ ଅନୁଯାୟୀ ଦେଶର ଅଧିକାଂଶ ସ୍ଥାନ ହଳଦିଆ-ସବୁଜ ଦେଖାଯାଉଥିଲା । ଅର୍ଥାତ୍ ସେତବେଳେ ତାପମାତ୍ରା କମ୍ ଥିଲା ।

ମେ ୨୬ରେ ନିଆଯାଇଥିବା ତାଜା ଫଟୋରେ ଭାରତ ଅଗ୍ନି ପିଣ୍ଡୁଳା ଭଳି ଦେଖାଯାଉଛି । ଦେଶରେ ପ୍ରତିଟି ଭାଗ ବା ପୃଷ୍ଠ ଜଳୁଥିବା ଦେଖାଯାଉଛି ।

ସେହିପରି ମେ ୧୯ରେ ଆଉ ଏକ ଫଟୋ ନିଆଯାଇଥିଲା । ଏଥିରେ ବାତ୍ୟା ‘ଅମ୍ଫାନ’ ପଶ୍ଚିମବଙ୍ଗରେ କିଭଳି ତାଣ୍ଡବ ରଚିବ ଦର୍ଶାଯାଇଥିଲା ।

ପରେ ତାପମାତ୍ରା ହଠାତ୍ ବଢ଼ିଯାଇଥିଲା । ଏପ୍ରିଲରେ ସ୍ଥିତି ଏତେ ଖରାପ ନଥିବାବେଳେ ଚଳିତ ମାସ ୧୦ ତାରିଖରେ ନିଆଯାଇଥିବା ଫଟୋ ତାତି ଦର୍ଶାଉଛି ।

ନାସା ପୋର୍ଟାଲ ଅନୁସାରେ ଏହା ଧରିତ୍ରୀ ପୃଷ୍ଠର ତାପମାତ୍ରା ଦର୍ଶାଏ । ରାଜସ୍ଥାନ ଚୁରୁର ତାପମାତ୍ରା ମେ ୨୬ରେ ୫୦ ଡିଗ୍ରୀ ଛୁଇଁଥିଲା । ଯାହାକି ବିଶ୍ୱରେ ସର୍ବାଧିକ ତାପମାତ୍ରା । ଏପରିକି ନାସାର ଏହି ଫଟୋ କାଳବୈଶାଖୀ ବାବଦରେ ମଧ୍ୟ ସୂଚନା ଦେଉଛି ।

Leave a Reply