୨୯ ବର୍ଷ ତଳେ ମୋଦି କହିଥିଲେ- ରାମ ମନ୍ଦିର ନିର୍ମାଣ ସମୟରେ ଆସିବି ଅଯୋଧ୍ୟା

1 min read

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଉଛନ୍ତି । ଏତିକିବେଳେ ଦଶକ ତଳର ତାଙ୍କର କେତକ ପୁରୁଣା ଫଟୋ ପୁଣି ଚର୍ଚ୍ଚା ପରିସରକୁ ଆସିଛି । ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସହିତ ରଥ ଯାତ୍ରା ସମୟରେ ମୋଦିଙ୍କ ଫଟୋ ଓ ମୁରଲୀ ମନୋହର ଜୋଷୀଙ୍କ ସହ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋ ୧୯୯୧ ମସିହାର । ଫଟୋ ସହ ମୋଦିଙ୍କ ବକ୍ତବ୍ୟର ମଧ୍ୟ ଚର୍ଚ୍ଚା ହେଉଛି । ମୋଦି ୨୯ ବର୍ଷ ତଳେ କହିଥିଲେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେଲେ ଅଯୋଧ୍ୟା ଆସିବି ।

ପ୍ରକୃତରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁତ ପୁରୁଣା ମୁଦ୍ଦା । ୧୯୯୦ରେ ଆଡଭାନୀ ସୋମନାଥରୁ ଅଯୋଧ୍ୟା ଯାଏଁ ଆରମ୍ଭ କରିଥିଭା ରଥଯାତ୍ରାରେ ମୋଦି ମଧ୍ୟ ଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ସମର୍ଥନ ଗୋଟାଇବା ପାଇଁ ଆଡ଼ଭାନୀ ୧୯୯୦ ମସିହା ସେପ୍ଟେମ୍ବର ୨୫ରେ ଗୁଜରାଟର ସମୋନାଥରରୁ ଏହି ରଥଯାତ୍ରାର ଆରମ୍ଭ କରିଥିଲେ । ଯାହାକି ବିଭିନ୍ନ ରାଜ୍ୟ ଦେଇ ଅକ୍ଟୋବର ୩୦ରେ ଅଯୋଧ୍ୟାରେ ପଞ୍ଚିବାର ଥିଲା । ଆଡ଼ଭାନୀ ସେଠାରେ ରଥଯାତ୍ରାରେ ସାମିଲ୍ ହୋଇଥାନ୍ତେ । ତେବେ, ଏହି ରଥଯାତ୍ରା ଅଯୋଧ୍ୟାରେ ପହଞ୍ଚି ପାରିନଥିଲା । ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଆଦେଶରେ ଅକ୍ଟୋବର ୨୩ରେ ସମସ୍ତିପୁରରେ ଆଡଭାନୀଙ୍କୁ ଗିରଫ କରାଯାଇଥିଲା ।

ସେତେବଳର ଫଟୋ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ମୋଦିଙ୍କୁ ଦେଖିବାକୁ ମିଳୁଛି । ସେତେବେଳେ ରଥଯାତ୍ରାରେ ମୋଦିଙ୍କୁ କିଛି ଦାୟିତ୍ୱ ମଧ୍ୟ ମିଳିଥିଲା । ମୋଦି ବିଜେପି ଜାତୀୟ ନିର୍ବାଚନ କମିଟିର ସଦସ୍ୟ ଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ମତ ଦେବା ସହ ରାମ ମନ୍ଦିର ନିର୍ମାଣ ରଥକୁ ରୋକି ଦିଆଯାଇଥିଲା । ଏବେ ମୋଦି ତାକୁ ଆଗକୁ ନେଇ ସାକାର କରୁଛନ୍ତି ।

୧୯୯୧ ମସିହାର ଭାଇରାଲ୍ ଫଟୋରେ ଦେଖାଯାଉଛି ମୋଦି- ମୁରଲୀ ମନୋହର ଜୋଷୀଙ୍କ ସହିତ ଅଛନ୍ତି । ଏହି ସମୟରେ ମୋଦି ଦେଇଥିବା ମନ୍ତବ୍ୟ ଚର୍ଚ୍ଚାର ପରିଧିକୁ ଆସିଛି । ୨୯ ବର୍ଷ ତଳେ ସେ କହିଥିବା କଥା ଏବେ ପୂରା ହେବାକୁ ଯାଉଛି । ୧୯୯୧ ମସିହା ଏପ୍ରିଲ ମାସରେ ମୋଦି, ବରିଷ୍ଠ ବିଜେପି ନେତା ମନୋହର ଜୋଷୀଙ୍କଙ୍କ ସହ ଅଯୋଧ୍ୟା ପହଞ୍ଚିବା ସହ ବିବାଦୀୟ ସ୍ଥାନକୁ ଯାଇଥିଲେ । ସେହି ସମୟରେ କିଛି ସାମ୍ବାଦିକଙ୍କୁ ମୁରଲୀ ମନୋହର ଜୋଷୀ କହିଥିଲେ ମୋଦି ଗୁଜରାଟରୁ ଆସିଛନ୍ତି । କଥାବାର୍ତ୍ତା ବେଳେ କିଛି ପ୍ରଚକାର ମୋଦିଙ୍କୁ ପଚାରିଥିଲେ ପୁଣି କେବେ ଅଯୋଧ୍ୟା ଆସିବେ ? ମୋଦି କହିଥିଲେ- ‘ଅଯୋଧ୍ୟା ସେତେବେଳେ ଆସିବି, ଯେତେବେଳେ ରାମ ମନ୍ଦିରର ନିର୍ମାଣ ଆରମ୍ଭ ହେବ ।’

ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ବାହାରିଥିବା ଶବ୍ଦ ଭବିଷ୍ୟବାଣୀରେ ପରିଣତ ହୋଇଛି । ଏବେ ତାଙ୍କରି ହାତରେ ହିଁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୫ରେ ଅଯୋଧ୍ୟାରେ ଭୂମି ପୂଜନ କରିବେ । ଏହି କାର୍ଯ୍ୟକ୍ରମରେ ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଜୋଷୀ ମଧ୍ୟ ଉପସ୍ଥିତ ରହିବେ ।

Leave a Reply