ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିବେ ମୋଦି ସରକାର !

1 min read

ନୂଆଦିଲ୍ଲୀ: କରୋନା ସଂକଟର ମୁକାବିଲା ପାଇଁ ଖୁବଶୀଘ୍ର ମୋଦି ସରକାର ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନ ତଳେ ରାଷ୍ଟ୍ରକୁ ସମ୍ବୋଧନ କରିବା ବେଳେ ବେଲ ଆଉଟ୍ ପ୍ୟାକେଜ୍ କଥା ଘୋଷଣା କରିଥିଲେ  । ସେ ଏକ ଟାସ୍କ ଫୋର୍ସ ଗଠନ କରିବା କଥା କହିଥିଲେ । ସାମ୍ପ୍ରତୀକ ପରିସ୍ଥିତିରେ  ଆର୍ଥିକ ସଂସ୍କାର ପାଇଁ କଣ କରାଯାଇ ପାରିବ ସେ ନେଇ ଏହି ଟାସ୍କ ଫୋର୍ସ ପ୍ରସ୍ତାବ ଦେଇଥାନ୍ତା । ଏହାମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଦାନ କରାଯାଇଥିବା ରାଶି ସିଏସଆର-କର୍ପୋରେଟ୍ ସୋସିଆଲ ରେସପନସିବିଲିଟି ଅନ୍ତର୍ଗତରେ ଆସିବ ।

ଟ୍ୱିଟ୍ କରି ସୀତାରମଣ କହିଛନ୍ତି ଯେ,କରୋନା ଲଢେଇର ଖର୍ଚ୍ଚ ହୋଇଥିବା ରାଶି ସିଏସଆର ଆକ୍ଟିଭିଟି ଭିତରେ ଆସିବ । ଏହାସହ ସେବି ଓ ଆରବିଆଇ ମଧ୍ୟ ରେପୋ ରେଟରେ ରିହାତି ଦେବାର ସମ୍ଭାବନା ରହିଛି ।

ଅନେକ ଦେଶ ଦେଉଛନ୍ତି ବେଲ୍ ଆଉଟ୍ ପ୍ୟାକେଜ୍

ବିଶ୍ୱର ଅନେକ ଦେଶ କରୋନା ମାଡରେ ବେହାଲ ଅର୍ଥନୀତିର ସୁଧାର ପାଇଁ ବେଲଆଉଟ୍ ପ୍ୟାକେଜ୍ ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧ ଟ୍ରିଲିୟନ ବେଲଆଉଟ୍ ପ୍ୟାକେଜ୍ ଘୋଷଣା କରିଥିଲେ । ତେବେ ଡେମୋକ୍ରାଟ୍ ଏଥିରେ ଅଡୁଆ ସୃଷ୍ଟି କରିଥିଲେ ।

ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରଭାବିତ

ଚୀନର ବୁହାନରୁ ଆରମ୍ଭ ହୋଇଥିବା କରୋନା କାରାଣରୁ ବିଶ୍ୱର ଛୋଟ ବଡ ସବୁ ଅର୍ଥନୀତି ପ୍ରଭାବିତ ହୋଇଛନ୍ତି । ଭାରତ ,ଆମେରିକା,ଚୀନ ଓ ଜାପାନ ସମେତ ଅନେକ ଦେଶ ଏହା ପ୍ରଭାବରେ ଆସିଛନ୍ତି । ଲକ୍ ଡାଉନ୍ କାରଣରୁ କେବଳ ଜରୁରୀ ଜିନିଶକୁ ଛାଡି ବାକି ଦୋକାନକୁ ବନ୍ଦ କରି ଦିଆଯାଇଛି । ଫଳରେ କାରବାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡିଛି ।

୨୨ ରାଜ୍ୟରେ ୭୫ ଜିଲ୍ଲା ତାଲା ବନ୍ଦ

ସୋମବାର ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ସଂଧ୍ୟା ୮ସୁଧା ୪୮୦ ଥିଲା । ଏଥିରେ ୯ ଜଣ ପ୍ରାଣ ହରାଇଲେଣି । ଏବେ ଦେଶର ୨୨ ରାଜ୍ୟରେ ୪୫ ଜିଲ୍ଲାରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ,ପଂଜାବ ଓ ମହାରାଷ୍ଟ୍ର ସରକାର ନିଜ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି

 

Leave a Reply