ଶ୍ରୀମନ୍ଦିରରେ ଝଟକୁଛନ୍ତି ମହାପ୍ରଭୁ, ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ଝଟକୁଛନ୍ତି ମହାପ୍ରଭୁ । ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ସକାଳ ୨ଟା ୪୫ରେ ଦ୍ୱାର ଫିଟା ନୀତିକାନ୍ତି ସମାପନ ହୋଇଛି । ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ନୀତି ଶେଷ ହୋଇଥିଲା । ଏହାପରେ ଭୋର ୪ଟା ୪୫ରୁ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ନୀତିକାନ୍ତି ଆରମ୍ଭ ହୋଇଛି ।

ଯୋଦ୍ଧା ବେଶରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତ ହେଉଛନ୍ତି ମା’ ସୁଭଦ୍ରା । ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହେଉଛନ୍ତି ଶ୍ରୀଜିଉ । ମଧ୍ୟ ରାତ୍ରୀରେ ହରଚଣ୍ଡୀ ସାହି ଚକ୍ରକୋଟରୁ ସ୍ୱତନ୍ତ୍ର ପଟୁଆରାରେ ଶ୍ରୀମନ୍ଦିରକୁ ବେଶ ଅଣାଯାଇଥିଲା । ୧୯୯୪ ମସିହାରେ ହୋଇଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ।

ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଗୋଟେପଟେ କାଳିଆର ନାଗାର୍ଜୁନ ବେଶ, ଅନ୍ୟପଟେ ଆକାଶରେ ସାତ ରଙ୍ଗର ଇନ୍ଦ୍ରଧନୁ । ଏଭଳି ଅପୂର୍ବ ଦୃଶ୍ୟକୁ ଦେଖି ଭାବବିଶ୍ୱଳ ହୋଇଛନ୍ତି ଭକ୍ତ । ଶ୍ରୀକ୍ଷେତ୍ରରେ ଆହୁରି ଗାଢ ହୋଇଛି ଆଧ୍ୟାତ୍ମିକତାର ରଙ୍ଗ ।

Leave a Reply