ନନ୍ଦିଘୋଷଟିଭି ପ୍ରଭାବ, ଚାଉଳରେ ପୋକ ସାଲୁବାଲୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ..

ସୁନ୍ଦରଗଡ଼: ନନ୍ଦିଘୋଷଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ପୋକରା ଚାଉଳ ଦେଇଥିବା କଣ୍ଟ୍ରୋଲ ଡିଲରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠା । ରଉରକେଲା ପ୍ଲାଣ୍ଟ ସାଇଟ୍ କଣ୍ଟ୍ରୋଲ ଦୋକାନରେ ପୋକ ସାଲୁବାଲୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯିବା ଘଟଣା । ପୋକରା ଚାଉଳ ବଣ୍ଟନ ନେଇ କଣ୍ଟ୍ରୋଲ ଡିଲରଙ୍କୁ ଦାୟୀ କରାଯାଇଛି । କଣ୍ଟ୍ରୋଲ ଡିଲର ଗୋଦାମରେ ପୋକ ଚାଉଳ ଗଛିତ ରଖି ଵଣ୍ଟନ କରିଥିଲେ ବୋଲି ଅଭିଯୋଗ ହୋଇଛି ଯୋଗାଣ ବିଭାଗ ମାର୍କେଟିଂ ଇନସପେକ୍ଟର ଘଟଣାର ତଦନ୍ତ କରି ଏହି ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଜିଲ୍ଲା ଯୋଗାଣ ଅଧିକାରୀ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । ପୋକରା ଚାଉଳ ବଣ୍ଟନ କରିଥିବା କଣ୍ଟ୍ରୋଲ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏନେି ସୁଚନା ଦେଇଛନ୍ତି । ପୋକ ସାଲୁବାଲୁ ଚାଉଳ ବଣ୍ଟନ ହେଉଥିବା ନେଇ ଶୁକ୍ରବାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।
Worms IN PDS RICE

ସୁନ୍ଦରଗଡ଼: ନନ୍ଦିଘୋଷଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ପୋକରା ଚାଉଳ ଦେଇଥିବା କଣ୍ଟ୍ରୋଲ ଡିଲରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠା । ରଉରକେଲା ପ୍ଲାଣ୍ଟ ସାଇଟ୍ କଣ୍ଟ୍ରୋଲ ଦୋକାନରେ ପୋକ ସାଲୁବାଲୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯିବା ଘଟଣା । ପୋକରା ଚାଉଳ ବଣ୍ଟନ ନେଇ କଣ୍ଟ୍ରୋଲ ଡିଲରଙ୍କୁ ଦାୟୀ କରାଯାଇଛି । କଣ୍ଟ୍ରୋଲ ଡିଲର ଗୋଦାମରେ ପୋକ ଚାଉଳ ଗଛିତ ରଖି ଵଣ୍ଟନ କରିଥିଲେ ବୋଲି ଅଭିଯୋଗ ହୋଇଛି ।

POKA RICE

ଯୋଗାଣ ବିଭାଗ ମାର୍କେଟିଂ ଇନସପେକ୍ଟର ଘଟଣାର ତଦନ୍ତ କରି ଏହି ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଜିଲ୍ଲା ଯୋଗାଣ ଅଧିକାରୀ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । ପୋକରା ଚାଉଳ ବଣ୍ଟନ କରିଥିବା କଣ୍ଟ୍ରୋଲ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏନେି ସୁଚନା ଦେଇଛନ୍ତି । ପୋକ ସାଲୁବାଲୁ ଚାଉଳ ବଣ୍ଟନ ହେଉଥିବା ନେଇ ଶୁକ୍ରବାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

ହିତାଧିକାରୀ କଣ୍ଟ୍ରୋଲ ଦୋକାନରୁ ଚାଉଳ ଘରକୁ ନେଇ ଯିବା ପରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ । ପରେ ଚାଉଳ ସବୁକୁ ଫେରସ୍ତ କରିବା ସହ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ତେବେ ସରକାର ଗରିବ ହିତାଧିକାରୀଙ୍କୁ ଉନ୍ନତମାନର ଚାଉଳ ଯୋଗାଇ ଦେଉଥିବାବେଳେ ପୋକରା ଚାଉଳ କଣ୍ଟ୍ରୋଲ ଦୋକାନକୁ କିପରି ଆସିଲା ସେନେଇ ତଦନ୍ତ କରିବାକୁ ଦାବି କରିଥିଲେ ।

ସେପଟେ ଅଭିଯୋଗ ପାଇବା ପରେ ରାଉରକେଲା ଯୋଗାଣ ବିଭାଗରେ ତତ୍ପରତା ଦେଖାଇଥିଲା । ମାର୍କେଟିଂ ଇନସପେକ୍ଟର ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

Leave a Reply