ଲାଇନଚ୍ୟୁତ ହେଲା ନାଲକୋର ଆଲୁମିନିୟମ ବୋଝେଇ ଟ୍ରେନ୍

ଅନୁଗୋଳ : ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ୍ । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ବଅଁରପାଳ ହାଟ ନିକଟରେ । ନାଲକୋର ଏକ ଟ୍ରେନ ଲାଇନ ଚ୍ୟୁତ ହୋଇଥିବା ଜଣା ପଡ଼ିଛି ।

ଦାମନଯୋଡିରୁ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ଆଲୁମିନା ଆଣୁଥିବା ବେଳେ ବଅଁରପାଳ ହାଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଟ୍ରେନର ଇଞ୍ଜିନ ସହିତ ପ୍ରାୟ ୩ ଟି ମାଲବାହୀ ବଗି ଧାରଣାରୁ ଖସି ଯାଇଛି ।

ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ନାଲକୋ ରେଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଟ୍ରେନକୁ ଧାରଣାକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ମାଲବାହୀ ଟ୍ରେନଟି ଧାରଣା ତଳକୁ ଖସିଲା କେମିତି ସେମେଇ ତଦନ୍ତ ଚାଲିଛି ।

Leave a Reply