ନଗରୋଟା ଏନକାଉଣ୍ଟର ନେଇ ସୁରକ୍ଷା ଏଜେନ୍ସିର ବଡ଼ ଖୁଲାସା

1 min read
Nagrota Encounter Terrorists Entered By Tunnel In Samba Jammu

ଶ୍ରୀନଗର: ନଗରୋଟା ଏନକାଉଣ୍ଟରର ଯାଞ୍ଚ କରୁଥିବା ସୁରକ୍ଷା ଏଜେନ୍ସି ଆଉ ଏକ ବଡ଼ ଖୁଲାସା କରିଛି । ଯାଞ୍ଚ ଏଜେନ୍ସି ଅନୁମାନ କରୁଛନ୍ତି- ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୁଡ଼ଙ୍ଗର ବ୍ୟବହାର କରିଛନ୍ତି । ଆତଙ୍କବାଦୀ ପାକିସ୍ତାନର ଶକରଗଢ଼ରୁ ସାମ୍ବା ସେକ୍ଟର ଯାଏଁ ସୁଡ଼ଙ୍ଗ ଦେଇ ଆସିଥିଲେ । ଅନୁମାନ କରାଯାଉଛି ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର, ବାରୁଦ ପୂର୍ବରୁ ଟ୍ରକରେ ରହିଥିଲା ।

Nagrota Encounter Terrorists Entered By Tunnel In Samba Jammu

ସୁରକ୍ଷା ଏଜେନ୍ସିର ଦାବୀ ଅନୁସାରେ ସୀମାରେ ଓହାଇଥିବା ତାରବାଡ଼ରେ କୌଣସି ଏପେଟ ସେପଟେ ହୋଇନାହିଁ । ଏମିତିରେ କୁହାଯାଉଛି ସାମ୍ବା ସେକ୍ଟରରେ ସୁଡ଼ଙ୍ଗ ଜରିଆରେ ଆତଙ୍କବାଦୀ ପହଞ୍ଚିଥିଲେ । ତେବେ, ସୁଡ଼ଙ୍ଗ ତିଆରି କରି ଆତଙ୍କବାଦୀ ଅନୁପ୍ରବେଶ କରିବାର ଏହା ପ୍ରଥମ ମାମଲା ନୁହେଁ ।

ଜମ୍ମୁର ନଗରୋଟା ନିକଟରେ ଗୁରୁବାର ହୋଇଥିବା ଗୁଳିବିନିମୟରେ ନିହତ ହୋଇଥିବା ଜୈଶ ଆତଙ୍କବାଦୀ ବିପୁଳ ପରିମାଣର ଗୁଳି, ବାରୁଦ ନେଇ ଆସୁଥିଲେ । ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ- ଆତଙ୍କବାଦୀଙ୍କଠାରୁ ୧୧ଟି ଏକେ ୪୭ ରାଇଫଲ ଓ ପିସ୍ତଲ ଜବତ ହୋଇଛି । ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଥିଲେ । ୪ ଆତଙ୍କବାଦୀ କାଶ୍ମୀର ଯାଉଥିବା ଏକ ଟ୍ରକରେ ଯାଉଥିଲେ । ପୋଲିସ ଟ୍ରକଟିକୁ ଟୋଲ ପ୍ଲାଜାରେ ଅଟକାଇ ଥିଲା । ଯାହାପରେ ହୋଇଥିବା ଗୁଳିବିନିମୟରେ ୪ରେ ଆତଙ୍କବାଦୀ ନିହତ ହୋଇଛନ୍ତି ।

Nagrota Encounter Terrorists Entered By Tunnel In Samba Jammu

ଗୁରୁବାର ସକାଳ ପ୍ରାୟ ୫ଟି ବେଳେ ଆତଙ୍କବାଦୀଙ୍କୁ ନେଇ ଯାଉଥିବା ଟ୍ରକକୁ ପୋଲିସ ଅଟକାଇ ଥିଲା । ଡ୍ରାଇଭରକୁ ପଚରାଉଚରା ବେଳେ ସେ ହଠାତ୍ ଦୌଡ଼ିବାକୁ ଲାଗିଲା । ଟ୍ରକ୍ ଭିତରୁ ଆତଙ୍କବାଦୀ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ଜୈଶ୍-ଏ-ମହମ୍ମଦର ୪ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କଠାରୁ ୧୧ଟି ଏକେ-୪୭ ରାଇଫଲ, ୩ଟି ପିସ୍ତଲ ଓ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗୋଳା-ବାରୁଦ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହା ଦ୍ୱିତୀୟ ଗୁଳିବିନିମୟ । ଏହା ପୂର୍ବରୁ ଗତ ଜାନୁଆରୀରେ ୩ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିହତ କରିଥିଲେ । ସେମାନେ ବି ଏହିଭଳି ଟ୍ରକରେ ଲୁଚିକରି ଆସୁଥିଲେ ।

Leave a Reply