ନେତାଙ୍କୁ ବୁଦ୍ଧି ଶିଖାଇବା ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ, କହିଲେ ‘ପ୍ରଥମେ ପୋଲ ତାପରେ ଭୋଟ’

1 min read

ବିହାର: ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ଚଚରୀ ପୋଲ ବଡ଼ ମୁଦ୍ଦା ସାବ୍ୟସ୍ତ ହୋଇପାରେ । କାରଣ ବିଗତ ଅନେକ ବର୍ଷ ଧରି  ବିହାରର ନେତା ମାନେ ନିଜ ନିଜ ଅଞ୍ଚଳ ପ୍ରଚାରରେ ଯାଉଛନ୍ତି ସତ କିନ୍ତୁ ବଡ଼ ବଡ଼ ପ୍ରତିଶୃତି ଦେଇ ଏହାକୁ ପୂରଣ କରୁନାହାନ୍ତି । ଏଥର ବାଉଁଶ ଫାଳରେ ନିର୍ମିତ ଚଚରୀ ପୋଲ ପ୍ରାର୍ଥୀ ମାନଙ୍କ ସମସ୍ୟା ବଢ଼ାଇପାରେ । ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାସୀମାନେ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ । କିନ୍ତୁ ଏହାକୁ ଅଣଦେଖା କରିବା ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙେକୁ ଏବେ ଭରି ପଡ଼ିପାରେ ।  ଓରାଇ ଏବଂ କଟରା ଗାଁର ବାସିନ୍ଦାଙ୍କ ମୁତାବକ ଏଥର ଗ୍ରାମବାସୀ ନିର୍ବାଚନରେ ନେତାମାନଙ୍କୁ ବୁଦ୍ଧି ଶିଖାଇବେ । ଯେପର୍ଯ୍ୟନ୍ତ ପୋଲ ନିର୍ମାଣ ନହୋଇଛି ସେପର୍ଯ୍ୟନ୍ତ ବାସିନ୍ଦା ଭୋଟ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

ମୁଜାଫରପୁରର ୫ଟି ଗାଁର ଲୋକ ଭୋଟ ବହିଷ୍କାର କରୁଛନ୍ତି । ଏହି ଗାଁ ଗୁଡ଼ିକରେ ପ୍ରାୟ ୩୦ ହଜାର ଲୋକ ବସବାସ କରନ୍ତି । ଚଚରୀ ପୋଲ ବିନା ମୁଜାଫରପୁରର ଓରାଇ ଏବଂ କଟରା ଗାଁର ଲୋକମାନଙ୍କ ଜୀବନ ଜୀବିକା ଏକ ପ୍ରକାର ଠପ ହୋଇପଡ଼େ । ବର୍ଷର ୭ରୁ ୮ ମାସ ଏଠିକାର ଲୋକମାନଙ୍କର ଯିବାଆସିବା ଏହି ପୋଲ ମାଧ୍ୟମରେ ହୋଇଥାଏ । ଓରାଇ ବିଧାନସଭା କ୍ଷେତ୍ରର ସୁନ୍ଦର ଖୌଲୀ ଗାଁରେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିଲା ନାହିଁ । ତେଣୁ ଲୋକମାନେ ଚାନ୍ଦା ସଂଗ୍ରହ କରି ଚଚରୀ ପୋଲ ନିର୍ମାଣ କଲେ ଏବଂ ତା ସାହାଯ୍ୟରେ ଯିବା ଆସିବା କଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ନିର୍ବାଚନରେ ଚଚରୀ ପୋଲ ମୁଦ୍ଦା ରହିବ । ସବୁବର୍ଷ ପୋଲ ନିର୍ମାଣ କରିଦିଆଯିବ ବୋଲି ଲୋଭ ଦେଖାଇ ବୋଟ ସଂଗ୍ରହ କରିନିଆଯାଏ । କିନ୍ତୁ ନିର୍ବାଚନ ପରେ ଗାଁକୁ କେହି ବୁଲି ଦେଖନ୍ତି ନାହିଁ । ପ୍ରତିଦିନ ଚଚରୀ ପୋଲ ପାର କରି ଯାଉଥିବା ବୃଦ୍ଧା ଚନ୍ଦ୍ର କଳା ଦେବୀ କହିଛନ୍ତିଯେ, ପ୍ରତିବର୍ଷ ନେତା ମାନେ ପୋଲ ନିର୍ମାଣ କରିଦେବେ ବୋଲି କହି ଭୋଟ ନିଅନ୍ତି, କିନ୍ତୁ ନିର୍ବାଚନ ପରେ ନିଜର ସମସ୍ତ ପ୍ରତିଶୃତିକୁ ଭୁଲି ଯାଆନ୍ତି । କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ନେତା ମାନଙ୍କୁ ବୁଦ୍ଧି ଶିଖାଇବା ପାଇଁ ଏକାଠି ହୋଇଛନ୍ତି ୫ଟି ଗାଁର ବାସିନ୍ଦା ।

ଗ୍ରାମବାସୀଙ୍କୁ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ ପୋଲ ନିର୍ମାଣ ନହୋଇଛି, ସେପର୍ଯ୍ୟନ୍ତ ଆମେ ଭୋଟ ଦେବୁ ନାହିଁ । ୫ଟି ଗାଁର ଲୋକମାନେ ଭୋଟକୁ ବହିଷ୍କାର କରିବେ । ଅନ୍ୟପଟେ ଆଉ ଜଣେ ମହିଳା ଶାନ୍ତିଲତା କହିଛନ୍ତି ଯେ, ସ୍ୱାଧୀନତା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକମାନେ ଚଚରୀ ପୋଲ ଦେଇ ଯିବା ଆସିବା କରନ୍ତି । ଅନେକ ନେତା ଆସିଲେ, ପୋଲ ନିର୍ମାଣ କରିବା ନେଇ ପ୍ରତିଶୃତି ଦେଲେ , କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରେ ପୋଲ ନିର୍ମାଣ ହୋଇପାରିଲା ନାହିଁ । ପୋଲଟି ବାଉଁଶ ଫାଳରେ ତିଆରି ହୋଇଥିବାରୁ ପୋଲରୁ ଘସି ଦୁର୍ଘଟଣାର ଶୀକାର ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ଓରାଇ ବିଧାନସଭା କ୍ଷେତ୍ର ଦୁଇଟି ବ୍ଲକ ଓରାଅ ଏବଂ କଟରାର ୪୨ ପଞ୍ଚାୟତକୁ ମିଶାଇ ହୋଇଛି । ଏଥିରେ ଓରାଇର ୨୬ ଏବଂ କଟରାର ୧୬ ପଞ୍ଚାୟତ ଶାମିଲ ରହିଛି । ଜିଲ୍ଲାର ସର୍ବାଧିକ ୫.୧୪ ଲକ୍ଷ  ଜନସଂଖ୍ୟା ବିଶିଷ୍ଟ ଏହି ବିଦାନସଭା କ୍ଷେତ୍ରରେ ମତଦାତାଙ୍କ ସଂଖ୍ୟା ୨.୭୬ ଲକ୍ଷ ରହିଛି । ଯେଉଁଥିରେ ୧.୪୯ ଲକ୍ଷ ପୁରୁଷ ମତଦାତା ଥିବାବେଳେ ୧.୨୭ ମହିଳା ମତଦାତା ରହିଛନ୍ତି ।

ଚଚରୀ ପୋଲକୁ ନେଇ ଭୋଟ ବହିଷ୍କାର ପ୍ରଶ୍ନରେ ଅଧିକାରୀ ଡାକ୍ତର କୁନ୍ଦନ କହିଛନ୍ତି ଯେ, ଚଚରୀ ପୋଲ ଏକ ପ୍ରମୁଖ ସ୍ଥଳ ଅଟେ । ଏଠାରେ ଚିହ୍ନିତ ରୁପରେ PWD ରିଙ୍ଗ ରୋଡ ନିର୍ମାଣ କରାଯାଇଛି । RWDର ମଧ୍ୟ ରୋଡ ରହିଛି । ଏହାକୁ ଚିହ୍ନିତ କରି ଆମେ ପୋଲ ନିର୍ମାଣ କରିବାକୁ ଯୋଜନା କରିଛୁ ।

Leave a Reply