ଛାତରୁ ଖସି ମୁଥ୍ୟୁଟ ଗ୍ରୁପ ଚେୟାରମ୍ୟାନ ଏମଜି ଜାର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଘର ଛାତରୁ ଖସି ମୁଥ୍ୟୁଟ ଗ୍ରୁପ ଚେୟାରମ୍ୟାନ ଏମଜି ଜାର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ ଘଟିଛି । ଗତକାଲି ଅର୍ଥାତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃ୍ତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା । ତଦନ୍ତ ଚାଲୁ ରହିଥିଲା । ଆଜି ଏନେଇ ସ୍ପଷ୍ଟ କରିଛି ଦିଲ୍ଲୀ ପୋଲି୍ସ । ଗତକାଲି ଏମଜି ନିଜ ବାସଭନର ଛାତ ଉପରେ ବୁଲୁଥିବାବେଳେ ରାତି ୯ ଟାରେ ଖସି ପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଫଳରେ ଦେଶର ସବୁଠାରୁ ବୃହତ ସୁନା ଋଣ କମ୍ପାନୀର ମୁଖ୍ୟଙ୍କ ୭୧ ବର୍ଷ ବୟସରେ ମୃତ୍ୟୁ ଘଟିଛି ।

ପୋଲିସର କହିବା ମୁତାବକ, ଏହି ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚତୁର୍ଥ ମହଲା ଛାତରୁ ପଡି ଜାର୍ଜ ମୁଥ୍ୟୁଟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଜାର୍ଜ ମୁଥ୍ୟୁଟ ପୂର୍ବରୁ ରୋଗରେ ପୀଡିତ ରହିଥିଲେ । ଏବଂ ଶୁକ୍ରବାର ରାତି ୯ ଟାରେ ଛାତ ଉପରେ ବୁଲୁଥିବା ସୂଚନା ଦେଇଛି ପୋଲିସ । ଜାର୍ଜ ମୁଥ୍ୟୁଟଙ୍କ କମ୍ପାନୀ ମୁଥ୍ୟୁଟ ଫାଇନାନ୍ସ ଦେଶର ସର୍ବ ବୃହତ ସୁନା ଋଣ ପ୍ରଦାନକାରୀ କମ୍ପାନୀ ।

Leave a Reply