ମୁସଲିମ୍ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, CABକୁ ନେଇ ଡରିବାର ଆବଶ୍ୟକତା ନାହିଁ

1 min read

ନୂଆଦିଲ୍ଲୀ : ସଂସଦରେ ନାଗରିକତା ଅଧିକାର ସଂଶୋଧନ ବିଲ୍-୨୦୧୯ ପାରିତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ନୂଆ ବିଲକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ନାନା ଆଶା ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଭଦ୍ରକ ,ବାଲେଶ୍ୱର ଓ ଯାଜପୁରର ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ଦଳ ଆଜି ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସ୍ଥାନୀୟ ବିଧାୟକଙ୍କ ସହାୟତାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ।

ଏହା ସହ CABକୁ ନେଇ ସେମାନଙ୍କର ସମ୍ଭବ୍ୟ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ତେବେ ରାଜ୍ୟରେ ମୁସିଲିମ ସମ୍ପ୍ରଦାୟର ଲୋକମାନଙ୍କର କୈଣସି ଅସୁବିଧା ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶୃତି ଦେଇଥିବା ସେମାନେ କହିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ, ଯେ ସେମାନଙ୍କ ସହ ରାଜ୍ୟ ସରକାର ଅଛନ୍ତି କୌଣସି ଅସୁବିଧା ହେବ ନାହିଁ ।

ସେହିପରି NRC ରାଜ୍ୟରେ ଲାଗୁ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଭଦ୍ରକ ଚଉଦ ମହଲା ମୁସଲିମ୍ ଜମାଦର ସଭାପତି ଅବଦୁଲ୍ ବାରୀ ସୂଚନା ଦେଇଛନ୍ତି ।

Leave a Reply