କରୋନା କଟକଣା ସତ୍ତ୍ୱେ ମସଜିଦରେ ନମାଜ ପଢୁଥିଲେ, ପୋଲିସ ରୋକିବାରୁ କଲେ ପାଲଟା ଆକ୍ରମଣ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା….

1 min read

କୋଭିଡ-୧୯ ନିୟମକୁ ଉଲଙ୍ଘନ କରି କ୍ରିଷ୍ଣାନନ୍ଦପୁର ଆଖୁନ୍ନ ମହଲାରେ ମସଜିଦରେ ନମାଜ ପାଠ ଚାଲିଥିଲା । ଏନେଇ ଅଭିଯୋଗ ହେବା ପରେ କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଘଟଣା ସ୍ଥଳରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିଥିଲେ । । ଫାଣ୍ଡି ଅଧିକାରୀ ଏସବୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ନାମ ଲେଖିବା ପାଇଁ ଥାନା କର୍ମଚାରୀଙ୍କୁ କହିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକ ଓ ପୋଲିସ ମଧ୍ୟରେ ଉତ୍ତେଜନା ବଢିଥିଲା ।

ଉତ୍ତ୍ୟକ୍ତ ଲୋକେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ କରିଥିଲେ । ଏହାପରେ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରୁ ଚାଲି ଆସିଥିଲେ । ପରେ ମସଜିଦରେ ଥିବା ଲୋକେ ଅଭିଯୋଗ କରିଥିଲେ ଯେ ଫାଣ୍ଡି ଅଧିକାରୀ ଚପଲ ପିନ୍ଧି ମସଜିଦ ଭିତରକୁ ପସିଥିଲେ ଯାହା ତାଙ୍କ ଧର୍ମ ଉପରେ ସିଧାସଳଖ ଭାବେ ଆକ୍ଷେପ । ଉତ୍ତ୍ୟକ୍ତ ଲୋକେ ଜଗତସିଂହପୁର ଜିଲ୍ଲା ତ୍ରିତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଫାଣ୍ଡିରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇଥିଲେ । ଫାଣ୍ଡି ଘେରାଉ କରି ଫାଣ୍ଡି ଉପରକୁ ଢେଲା ମାଡକରିଥିଲେ ,କ୍ରିଷ୍ଣାନନ୍ଦ ପୁର ଫାଣ୍ଡି ଗାଡିକୁ ଭଙ୍ଗା ରୁଜା କରିବାସହ ଫାଣ୍ଡି ଅଧିକାରୀଙ୍କ ଥିବା କାରକୁ ପୋଡ଼ିଦେଇଥିଲେ। ଆଉ ଫାଣ୍ଡି କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହାପରେ  ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକଙ୍କୁ  ରାତାରାତିରେ ଏସ ପି ଙ୍କ ନିର୍ଦେଶରେ  ତ୍ରିତ୍ତୋଲ ଥାନାକୁ ପଠେଇ ଦିଆଯାଇଥିଲା। ଘଟଣା ସ୍ଥଳରେ ତ୍ରିତ୍ତୋଲ ଏସ ଡି ପିଓ ଦୀପକ ରଞ୍ଜନ ଜେନା ଓ ତ୍ରିତ୍ତୋଲ ଥାନା ଅଧିକାରୀ ସେଠାରେ ପହଁଚି ଯାଇ ତଦନ୍ତ ଆରମ୍ବ କରିଛି । ତେବେ ଏବେ ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହେବା ସହ ତଦନ୍ତ ଜାରି ରହିଛି । ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଯଥାଶୀଘ୍ର ଧରାଯିବ ବୋଲି ପୋଲିସ କହିଛି ।

Leave a Reply