ତୁଳସୀ ଦେଈ ହତ୍ୟାକାଣ୍ଡ ନେଇ ଅଭିଯୁକ୍ତର ଚାଞ୍ଚଲ୍ୟକର ସତ

Murder Accused Of Tulasi Dei Admits He Gifted Looted Items To Girlfriend

ଭୁବନେଶ୍ୱର: ୭ ମାସ ପରେ ସାମ୍ନାକୁ ଆସିଲା ସତ । ଲୁଟ୍ କରି ଲଭରକୁ ଦେଉଥିଲା ଗିଫ୍ଟ । ପୋଲିସ ପାରିଲାନି, ହେଲେ ସତ ଓଗାରିଲା ଅଭିଯୁକ୍ତ । କହୁ କହୁ ସାଥି ଅନ୍ତେବାସୀକୁ କହିଦେଲା ଗୁମର । ଜେଲର ଚାରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର ଅଭିଯୁକ୍ତ । ଏଭଳି ଘଟଣାର ଖୁଲାସା ହେବା ପରେ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।

Murder Accused Of Tulasi Dei Admits He Gifted Looted Items To Girlfriend

୨୦୨୦ ମସିହା ଜୁଲାଇ ୨୬ ତାରିଖରେ ନୟାପଲ୍ଲୀ ଏନ୍ ୪/ ୨୬୩ ରେ ପଶିଥିଲେ ଲୁଟେରା । ଘରେ ଥିବା ୭୦ ବର୍ଷୀୟ ତୁଳସୀ ଦେଈଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଭରିର ସୁନା ଚେନ ଓ କାନ ଫୁଲ ଲୁଟି ନେଇଥିଲେ । ଲୁଟ ବେଳେ ବୃଦ୍ଧ ମହିଳାଙ୍କ କାନ କାଟିବା ସହ ଛୁରା ମାଡ଼ କରିଥିଲେ । ପରବର୍ତ୍ତୀ ସମୟରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଅଭିଯୁକ୍ତକୁ ଖୋଜୁଥିଲେ ମଧ୍ୟ ତାର ପତ୍ତା ମିଳିନଥିଲା । କିନ୍ତୁ ଅଗଷ୍ଟ ୮ ତାରିଖରେ ଆଉ ଏକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାରାୟଣ ମହାନ୍ତିକୁ ଗିରଫ କରି ଜେଲ ପଠାଇଥିଲା ଖଣ୍ଡଗିରି ପୋଲିସ । ଜେଲରେ ଥିବା ସମୟରେ ଆଉ ଜଣେ ବିଚାରାଧୀନ କଏଦୀଙ୍କ ଆଗରେ ଲୁଟ୍ ଆଣ୍ଡ ମର୍ଡର ସିନ ବଖାଣୁଥିବା ବେଳେ ପୋଲିସ ଏହି ହାର୍ଡକୋରକୁ କବଜାକୁ ନେଇଛି ।

Murder Accused Of Tulasi Dei Admits He Gifted Looted Items To Girlfriend

ଅଭିଯୁକ୍ତ ନାରାୟଣ ନାମରେ କମିଶନରେଟ ପୋଲିସରେ ୨୦ ରୁ ଅଧିକ ମାମଲା ରହିଛି । ସ୍ପେଶାଲ ସ୍କ୍ୱାଡ ଓ ନୟାପଲ୍ଲୀ ପୋଲିସ ନାରାୟଣକୁ ଗିରଫ କରିବା ପରେ ୨ ଦିନିଆ ରିମାଣ୍ଡରେ ନେଇଛି । ବେଶ୍ ରଙ୍ଗୀନ ମିଜାଜର ଏହି ଲୁଟେରା ଲୁଟ୍ କରୁଥିବା ସୁନା ଗହଣା ତାର ଗାର୍ଲଫ୍ରେଣ୍ଡମାନଙ୍କୁ ଗିଫ୍ଟ ଦେଉଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଛି । ଏଣୁ ଲୁଟ୍ ସୁନା ଜବତ କରିବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ କମିଶନରେଟ ପୋଲିସ । ଭରତପୁର ଭଡ଼ା ଘରେ ମଧ୍ୟ ପୋଲିସ ଆଜି ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏଭଳି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ କହିଛନ୍ତି ଲୁଟର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ତୁଳସୀ ଦେଈଙ୍କ ସ୍ୱାମୀ ।

Murder Accused Of Tulasi Dei Admits He Gifted Looted Items To Girlfriend

ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଲୁଟେରା । ସହରର ଗହଳି ଭିତରେ ତିଆରି କରୁଛନ୍ତି କ୍ରାଇମ ପ୍ଲଟ୍ । ଲୁଟ ସହ ରଚୁଛନ୍ତି ବୀଭତ୍ସ କାଣ୍ଡ । ଏଣୁ ଏସବୁକୁ ରୋକିବା ପାଇଁ କମିଶନରେଟ ପୋଲିସକୁ ଆହୁରି ଅଧିକ ସଜାଗ ରହିବା ଆବଶ୍ୟକତା ରହିଛି ।

Leave a Reply