ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଗାଡି ଦେଉନି ମୁମ୍ବାଇ ପୋଲିସ,ତିନି କିଲୋମିଟର ପାଦରେ ଚାଲିଗଲେ ବିହାର ପୋଲିସ ଟିମ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତରେ ବିହାର ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁନାହିଁ । ବିହାର ସରକାରଙ୍କ ଆଡଭୋକେଟ୍  ଜେନରାଲ ଲଲିତ କିଶୋର ଏକ ବୟାନ ଜାରି କରି କହିଛନ୍ତି ଯେ, ଗୋଟିଏ ରାଜ୍ୟର ପୋଲିସ ଯେତେବେଳେ ଅନ୍ୟ ଗୋଟିଏ ରାଜ୍ୟକୁ କୌଣସି ତଦନ୍ତ କରିବାକୁ ଯାଏ ସେତେବେଳ ସଂପୃକ୍ତ ରାଜ୍ୟ ସରକାର ସହଯୋଗ କରନ୍ତି । କିନ୍ତୁ ମୁମ୍ବାଇ ପୋଲିସ ତରଫରୁ ବିହାର ପୋଲିସକୁ ସହଯୋଗ ମିଳୁନାହିଁ । ବିହାର ସରକାରଙ୍କ ଏହି ଅଭିଯୋଗକୁ ସେତେବେଳେ ବଳ ମିଳିଲା ଯେତେବେଳେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ପଚରା ଉଚରା କରିବାକୁ ତାଙ୍କ ଘରକୁ ଯିବା ପାଇଁ ୩ କିଲୋମିଟର ରାସ୍ତା ପାଦରେ ଚାଲିବାକୁ ପଡିଥିଲା ।

riya sushant

ଅଭିଯୋଗ ହେଉଛି ଯେ, ମୁମ୍ବାଇ ପୋଲିସର ଅସହଯୋଗ କାରଣରୁ ପାଟନା ପୋଲିସ ଟିମକୁ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କରୋନା ଭାଇରସ କାରଣରୁ ମୁମ୍ବାଇ ସଡକରେ ଅଟୋ,ଟ୍ୟାକ୍ସିର ଅଭାବ ରହିଛି । ଏମିତିରେ ଗୁରୁବାର ଦିନ ପାଟନା ପୋଲିସ ଟିମ ମଲାଡ ସ୍ଥିତ ଅଙ୍କିତାଙ୍କ ଘରକୁ ଯିବାକୁ ତିନି କିଲୋମଟିର ଚାଲିବାକୁ ପଡିଥିଲା । କାରଣ ମୁମ୍ବାଇ ପୋଲିସ ସେମାନଙ୍କ ପାଇଁ ଗାଡି ବ୍ୟବସ୍ଥା କରିନଥିଲା । ତିନି କିଲୋମିଟର ଚାଲିବା ପରେ ଟିମ ଅଟୋରେ ଅଙ୍କିତାଙ୍କ ଘରେ ପହଂଚିଥିଲା । ସେଠାରେ ସେମାନେ ଅଙ୍କିତାଙ୍କୁ ପ୍ରଶ୍ନ ପଚାରିଥିଲେ । ଫେରିବା ବେଳେ ଅଙ୍କିତା ସେମାନଙ୍କୁ ଯିବା ପାଇ ନିଜ ଜାଗୁଆର କାର ଦେଇଥିଲେ । ମିଡିଆଠାରୁ ପୋଲିସ ଟିମକୁ ଦୁରେଇ ରଖିବା ପାଇଁ ଅଙ୍କିତା ନିଜ ଗାଡି ଦେଇଥିଲେ ।

ଅଙ୍କିତା ଦେଲେ ୩୦ ପ୍ରଶ୍ନର ଉତ୍ତର

ସୂଚନା ଅନୁସାରେ ଅଙ୍କିତା ବିହାର ପୋଲିସ ଟିମର ୩୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହାସହ ସେ ଅନେକ ସୂଚନା ମଧ୍ୟ ଦେଇଛନ୍ତି । ସୁଶାନ୍ତ ଗତ ୪ ମାସ ହେବ ଅଧିକ ଚିନ୍ତିତ ଥିଲେ ବୋଲି ସେ ପୋଲିସକୁ ସୂଚନା ଦେଇଛନ୍ତି । ସୁଶାନ୍ତ ରିୟା ଚକ୍ରବର୍ତ୍ତିଙ୍କ ବିନା କିଛି ମଧ୍ୟ କରୁନଥିଲେ କିନ୍ତୁ ସୁଶାନ୍ତ ଡିପ୍ରେସନର ଶିକାର ହେବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନୁହନ୍ତି ବୋଲି କହିଛନ୍ତି ଅଙ୍କିତା ।

ankita

କେଇ ମାସ ତଳେ ହୋଇଥିଲା ସାକ୍ଷାତ

ପାଟନା ପୋଲିସ ସମ୍ମୁଖରେ ଅଙ୍କିତା କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ବହୁତ ଭଲ ଭାବରେ ଜାଣନ୍ତି । ସୁଶାନ୍ତଙ୍କ ସହ ଗୋଟିଏ ପାର୍ଟିରେ ତାଙ୍କର କେଇ ମାସ ତଳେ ଭେଟ ହୋଇଥିଲା । ସେତେବଳେ ସୁଶାନ୍ତ ତାଙ୍କ ସହ କଥା ଆରମ୍ଭ କରିବା ସମୟରେ ରିୟା ଆସି ପହଂଚିଥିଲେ ଓ ସେ ତାଙ୍କୁ ନେଇ ଚାଲିଯାଇଥିଲେ ।

ଅଙ୍କିତା ଆଗକୁ ମଧ୍ୟ ବିହାର ପୋଲିସକୁ ଏହି ମାମଲାରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସେ ପୋଲିସକୁ ନିଜ ବ୍ୟକ୍ତିଗତ ମୋବାଇଲ ନମ୍ବର ଦେଇଛନ୍ତି ।

Leave a Reply