ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସଂପତ୍ତି

ମୁମ୍ବାଇ: ମୁମ୍ବାଇ ନାଗପଡ଼ା ଅଞ୍ଚଳର ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ସପିଂ ମଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ, ଅଗ୍ନିଶମବାହିନୀର ୨ କର୍ମଚାରୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଯେଉଁ ସମୟରେ ନିଆଁ ଲାଗିଥିଲା ସେହି ସମୟରେ ସପିଂ ମଲରେ ପାଖାପାଖି ୨୦୦ରୁ ୩୦୦ ଲୋକ ଉପସ୍ଥିତ ଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ସମସ୍ତ ଲୋକଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହିନୀର ୨୦ଟି ଟିମ୍ ନିଆଁକୁ ଆୟତ୍ତ କରିଛି । ଯଦିଓ ନିଆଁ ଧିରେ ଧିରେ ପୂରା ମଲରେ ବ୍ୟାପି ଯାଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ପୂରା ଧୁଆଁମୟ ହୋଇଯାଇଛି ।

ଏହାସହ ନିଆଁକୁ ଲାଭାଇବା ସମୟରେ ଦୁଇ ଦମକଳବାହୀନି ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜେଜେ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ତେବେ ଦୁଇଜଣଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି । ସେହିଭଳି ସିଟି ମଲର ପାଖପାଖି କୋଠାଗୁଡ଼ିକୁ ମଧ୍ୟ ଖାଲି କରିଦିଆଯାଇଛି ।

Leave a Reply