IPL 2020: ଫାଇନାଲରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ, ବିନା ରନରେ ୩ ଉଇକେଟ ହରାଇଥିଲା ଦିଲ୍ଲୀ

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ପରାସ୍ତ କରି ମୁମ୍ବାଇ  ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଆଇପିଏଲରେ ଦିଲ୍ଲୀ କଦାପି ଫାଇନାଲ ଖେଳି ନ ଥିଲା । ତେଣୁ ଏହି ମ୍ୟାଚ ଜିତି ଥିଲେ ସିଧା ଫାଇନାଲ ଖେଳିବାର ସମ୍ଭାବନା ରହିଥିଲା । ମୁମ୍ବାଇ ଦ୍ୱାରା ପ୍ରଦାନ କରାଯାଇଥିବା ୨୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।ଦଳର ୨ ଓପନର ଏବଂ ଅନ୍ୟ ଜଣେ ବ୍ୟାଟ୍ସମ୍ୟାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଏହା ମଧ୍ୟରେ ସାମିଲ ଥିଲେ ଇନଫର୍ମ ବ୍ୟାଟ୍ସମ୍ୟାନ ଶିଖର ଧାୱନ, ପୃଥ୍ୱୀ ସ ଏବଂ ଅଜିଙ୍କ ରାହାନେ । ଏକଦା ବିନା କୌଣସି ରନରେ ୩ ଉଇକେଟ ପଡିଥିଲା । ଦିଲ୍ଲୀ ମାତ୍ର ୧୪୩ ରନ କରିପାରିଥିଲା ।

ଏହା ପରେ ଶ୍ରେୟାସ ଆୟାର ଏବଂ ଷ୍ଟଏନିସ ପାଳି ସମ୍ଭାଳିବାକୁ ଚାହିଁଥିଲେ । ହେଲେ ଶ୍ରେୟାସ ମାତ୍ର ୧୨ ଏବଂ ଋଷଭ ପନ୍ଥ ୩ ରନ କରି ଫ୍ୟାଭିଲିୟନକୁ ଫେରିଥିଲେ । ୫ ଉଇକେଟ ପଡିବା ପରେ ଷ୍ଟଏନିସ ଏବଂ ଅକ୍ଷର ପଟେସ ଖେଳ ସମ୍ଭାଳିବାକୁ ଚାହିଁଥିଲେ ।

ଷ୍ଟଏନିସ ୩୬ ବଲରେ ଅର୍ଦ୍ଦଶତକ ପୂରଣ କରିଥିଲେ । ହେଲେ ସେ ୪୬ ବଲରେ ୬୫ ରନ କରି ଆଉଟ ହୋଇଯାଇଥିଲେ । ଷ୍ଟଏନିସଙ୍କ ଆଉଟ ହେବା ପରେ ଦିଲ୍ଲୀର ବିଜୟ ଆଶା ଏକପ୍ରକାର ମଉଳି ଯାଇଥିଲା । ଜସପ୍ରୀତ ବୁମରା ହିଁ  ଷ୍ଟଏନିସଙ୍କୁ ଆଉଟ କରିଥିଲେ । ଏହା ପରେ ସ୍ୟାମ୍ସ ବିନା ଖାତା ଖୋଲି ଆଉଟ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନ୍ ସଂଗ୍ରହ କରାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୪ ରନ ଅତିରିକ୍ତ ଭାବେ ବ୍ୟୟ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ ଶର୍ମା ଏବଂ ଧୁଆଁଧାର ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ । ହେଲେ ଦଳର ଅନ୍ୟ ଖେଳାଳିମାନେ ଦଳଗତ ପ୍ରଦର୍ଶନ କରିଥିଲେ । ଓପନିଂ ଆସିଥିବା ଡି କ୍ ୪୦ ରନ୍ କରିଥିବା ବେଳେ ସୂର୍ଯ୍ୟ ଯାଦବ ୫୧, ଇଶାନ କିଷନ ୫୫, କୁନାଲ ପାଣ୍ଡ୍ୟା ୧୩ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୭ ରନ୍ ସଂଗ୍ରହ କରିଥିଲେ । ବୁମରା ୪ ଓଭରରେ ୧୪ ରନ ଦେଇ ୪ ଉଇକେଟ ନେଇଥିଲେ ।

ମୁମ୍ବାଇ ପକ୍ଷରୁ ୧୫ଟି ଚୌକା, ୧୨ଟି ଛକା ବର୍ଷା କରାଯାଇଥିଲା । ଦିଲ୍ଲୀ ପକ୍ଷରୁ ୧୧ରୁ ୧୫ ମଧ୍ୟରେ ମଧ୍ୟରେ ଉଚ୍ଚକୋଟୀର ବୋଲିଂ କରାଯାଇଥିଲା । ହେଲେ ଶେଷ ଆଡକୁ ମୁମ୍ବାଇ ବ୍ୟାଟ୍ସମ୍ୟାନମାନେ ଭଲ ଖେଳିଥିଲେ । ଦିଲ୍ଲୀ ପକ୍ଷରୁ ରବିଚନ୍ଦନ ଅଶ୍ୱିନୀ ସର୍ବାଧିକ ୩ ଉଇକେଟ୍ ନେଇଥିଲେ । ଅବଶ୍ୟ ଏଥିପାଇଁ ତାଙ୍କୁ ୨୯ ରନ୍ ଦେବାକୁ ପଡିଥିଲା । ସେହିପରି ନୋରଟେଜ ୫୦ ରନ୍ ଦେଇ ଗୋଟିଏ ଏବଂ ଷ୍ଟଏନିସ ୫ ରନ୍ ଦେଇ ଗୋଟିଏ ଉଇକେଟ୍ ନେଇଥିଲେ ।

 

Leave a Reply