ଦେଶରେ ବଢ଼ୁଛନ୍ତି ଦାଗୀ ନେତା, ଅପରାଧିକ ମାମଲାରେ ଜଡ଼ିତ ସାଂସଦଙ୍କ ସଂଖ୍ୟା ୧୫ ବର୍ଷରେ ଦୁଇଗୁଣା ବୃଦ୍ଧି: ରିପୋର୍ଟ

1 min read

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବାକୁ ହେଲେ ଦାଖଲ କରିବାକୁ ପଡ଼ିବ ଅପରାଧିକ ମାମଲାର ସବୁ ତଥ୍ୟ । ରାଜନୀତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ୪୮ ଘଣ୍ଟା ମଧ୍ୟରେ ଏହିଭଳି ପ୍ରାର୍ଥୀଙ୍କ ତଥ୍ୟ ପ୍ରଦାନ କରିବାକୁ ରାଜନୀତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ଏହିଭଳି ପ୍ରାର୍ଥୀଙ୍କୁ ନିର୍ବାଚନରେ କାହିଁକି ଛିଡ଼ା କରାଯାଉଛି ସେନେଇ ମଧ୍ୟ ତଥ୍ୟ ଦେବାକୁ ପଡ଼ିବ ।ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR)ର ତଥ୍ୟ ଅନୁସାରେ ବିଗତ ୧୫ ବର୍ଷ ମଧ୍ୟରେ ଅପରାଧିକ ମାମଲା ଚାଲୁଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି । ADR ରିପୋର୍ଟ ଅନୁସାରେ ଦେଶରେ ଦାଗୀ ସାଂସଦଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଜେଡିୟୁ । ଦ୍ୱିତୀୟରେ ଶିବ ସେନା ଓ ତୃତୀୟରେ କଂଗ୍ରେସ । ଜେଡିୟୁର ୧୬ ସାଂସଦଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିଭଳି ଶିବ ସେନାର ୧୮ରୁ ୧୧, କଂଗ୍ରେସର ୫୨ରୁ ୩୦, ବିଏସପିର ୧୦ରୁ ୫ଜଣ ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା ।ସିପିଆଇଏମର ୬ରୁ ୩, ଡିଏମକେର ୨୪ରୁ ୧୧, ୱାଇଏସଆରସିପିର ୨୨ରୁ ୧୦, ଟିଏମସିର ୨୨ରୁ ୯, ଏସପିର ୫ରୁ ୨, ବିଜେପିର ୩୦୨ରୁ ୧୧୭, ଟିଆରଏସର ୯ରୁ ୩ଜଣ ସାଂସଦ ଦାଗୀ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିରେ ୧୨ଜଣରୁ ଜଣେ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏପରିକି କଂଗ୍ରେସ, ଶିବ ସେନା ଓ ଜେଡିୟୁର ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଅଛି ।ସେହିପରି ସାଂସଦ ପ୍ରାର୍ଥୀଭାବେ ଜେଡିୟୁ ଅଧିକ ଦାଗୀ ନେତାଙ୍କୁ ନିର୍ବାଚନରେ ଛିଡ଼ା କରାଇଛି । ଜେଡିୟୁ ୨୧ରୁ ୧୮ଜଣ ଦାଗୀ ନେତାଙ୍କୁ ଟିକେଟ୍ ଦେଇଥିବା ବେଳେ ଏସପି ୪୯ରୁ ୨୬, ୱାଇଏସଆରସିପି ୨୫ରୁ ୧୩, ଡିଏମକେ ୨୪ରୁ ୧୧, ବିଜେପି ୪୩୫ରୁ ୧୭୬, କଂଗ୍ରେସ ୪୨୦ରୁ ୧୬୫, ସିପିଆଇଏମ୍ ୧୫୮ରୁ ୬୨, ଶିବସେନା ୯୭ରୁ ୩୪, ଟିଏମସି ୬୨ରୁ ୨୦, ଟିଆରଏସ ୧୭ରୁ ୫, ବିଏସପି ୩୮୦ରୁ ୮୫, ଏଆଇଏଡିଏମକେ ୨୨ରୁ ୩ଜଣ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି । ବିଜେପି ଟିକେଟ୍ ଦେଇଥିବା ୨୧ ଜଣଙ୍କ ମଧ୍ୟରେ ଜଣେ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ।ପ୍ରାର୍ଥୀଙ୍କ ସଂଖ୍ୟା ଦେଖିଲେ ବିଜେପି ଓ କଂଗ୍ରେସ ସବୁଠୁ ଅଧିକ ଅପରାଧିକ ମାମଲାରେ ଜଡ଼ିତ ନେତାଙ୍କୁ ନିର୍ବାଚନରେ ଛିଡ଼ା କରାଇଛି । ଏଥିରେ ସବୁଠୁ ତଳେ ରହିଛି ବିଏସପି । ଯିଏ କି କମ୍ ଦାଗୀ ନେତାଙ୍କୁ ଟିକେଟ୍ ଦେଇଛି ।

Leave a Reply