ମିଛ ଅଶ୍ଳୀଳ ଭିଡିଓ ଭାଇରାଲ ପ୍ରସଙ୍ଗ: ପୁଣି ନ୍ୟାୟ ମାଗିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ…

କେନ୍ଦୁଝର: ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଜାରିକଲେ ଆଉ ଏକ ଭିଡିଓ ବାର୍ତ୍ତା। ୨୦୧୯ ନିର୍ବାଚନ ପୂର୍ବରୁ ଏକ ମିଛ ଅଶ୍ଳୀଳ ଭିଡ଼ିଓକୁ ଓଟିଭି ସାମ୍ୱାଦିକ ଓ ଅନ୍ୟମାନେ ଭାଇରାଲ କରିଥିଲେ । ଚନ୍ଦ୍ରାଣୀ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ ଥିଲା ମୋ ଭଳି ଜଣେ ଆଦିବାସୀ ମହିଳାଙ୍କୁ ବଦନାମ କରିବା ଓ ମାନସିକ ଉତ୍ପୀଡ଼ନ ଦେବା । ପୋଲିସ ଓଟିଭିର ଜଣେ ଜୁନିଅର ରିପୋର୍ଟର ଓ ଅନ୍ୟ କିଛି ଲୋକଙ୍କୁ ଗିରଫ କଲେ । ଓଟିଭିର ସେହି ଜୁନିଅର ରିପୋର୍ଟର ପୋଲିସକୁ ସୂଚନା ଦେଲେ ଯେ ବରିଷ୍ଠ ରିପୋର୍ଟର ରମେଶ ରଥ ତାଙ୍କୁ ଏହି ଭିଡିଓ ଭାଇରାଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୋଲିସ ରମେଶ ରଥଙ୍କୁ ପଚରାଉଚରା କରିବାରୁ ଓଟିଭି ଏମ୍‌ଡି ଜଗି ପଣ୍ଡା ଓ ତାଙ୍କ ସ୍ବାମୀ ବୈଜୟନ୍ତ ପଣ୍ଡା ରମେଶଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ । ସେମାନେ ଏହାକୁ ଓଟିଭି ଉପରେ ସରକାରଙ୍କ ଆକ୍ରୋଶ ବୋଲି ଚିତ୍ରଣ କରିଛନ୍ତି । ଚନ୍ଦ୍ରାଣୀ ମୁର୍ମୁ କହିଛନ୍ତି, ଜଗି ମାଡାମ୍‌ ଓ ବୈଜୟନ୍ତ ବାବୁଙ୍କୁ ମୋର ପ୍ରଶ୍ନ ଯଦି ଆପଣଙ୍କ ପରିବାରର ଜଣେ ମହିଳାଙ୍କର ଏଭଳି ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥାନ୍ତା, ତେବେ କଣ ସେମାନେ ରମେଶ ରଥଙ୍କୁ ସୁରକ୍ଷା ଦେଇଥାଆନ୍ତେ କି ? ସେମାନେ ଦିଲ୍ଲୀରେ ନିଜର ମିଡିଆ ବନ୍ଧୁଙ୍କୁ ବ୍ୟବହାର କରି ପ୍ରଚାର କରୁଛନ୍ତି ଯେ ସରକାର ସାମ୍ବାଦିକ ଓ ସାମ୍ବାଦିକତା ଉପରେ ଆକ୍ରମଣ କରୁଛନ୍ତି ।

ମୋର ପ୍ରଶ୍ନ ଯଦି ଆପଣଙ୍କ ଭଉଣୀ କି ଝିଅଙ୍କର ଏଭଳି ଭିଡିଓ ଭାଇରାଲ ହୋଇଥାନ୍ତା ତେବେ କଣ ଆପଣ ଏହାକୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବୋଲି କହିଥାନ୍ତେ । ମୁଁ ନ୍ୟାୟ ସେବେ ପାଇବି ଯେବେ ପୋଲିସ ରମେଶ ରଥ ଓ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଜଗି ପଣ୍ଡା, ବୈଜୟନ୍ତ ପଣ୍ଡା ଏବଂ ଓଟିଭି ମତେ ନ୍ୟାୟ ପାଇବାରୁ ବଞ୍ଚିତ କରୁଛନ୍ତି । ମୋ ବିରୋଧରେ ଅପରାଧ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି । ମିଡିଆକୁ ବ୍ୟବହାର କରି ସୁରକ୍ଷା ଦେଉଛନ୍ତି । ମତେ ନ୍ୟାୟ ନମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ । ଜଗି ପଣ୍ଡା ବି ଜଣେ ମହିଳା, ତାଙ୍କ ବିବେକ କୁଆଡ଼େ ଗଲା ବୋଲି ସାଂସଦ ଚନ୍ଦ୍ରାଣୀ ମର୍ମୁ ପ୍ରଶ୍ନ କରିଛନ୍ତି ।

Leave a Reply