ମୂଷା ଚୋରି କରୁଥିଲା ଗଞ୍ଜେଇ ପତ୍ର, ଆଉ ତା’ ପରେ ଯାହା ହେଲା…

ନ୍ୟୁ ବ୍ରନ୍ସଓ୍ୱିକ: ଆପଣ ଅଧିକାଂଶ ସମୟରେ ଦେଖିଥିବେ କୌଣସି ପରୀକ୍ଷା ମୂଷା ଉପରେ କରାଯାଏ । ନିକଟରେ କାନାଡ଼ାର ନ୍ୟୁ ବ୍ରନ୍ସଓ୍ୱିକରୁ ଏକ ଖବର ସାମ୍ନାକୁ ଆସିଛି । କୋଲିନ ସୁଲିଭାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗଞ୍ଜେଇ ଗଛ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ କାନାଡ଼ାରେ ଘର ନିକଟରେ ଗଞ୍ଜେଇ ଗଛ ଲଗାଇବାର ଏକ ପରିମାଣ ଧାର୍ଯ୍ୟ ହୋଇଛି । ଯାହା ଅନୁମତି ପ୍ରାପ୍ତ । ଖବର ଅନୁସାରେ ଉକ୍ତ ଗଞ୍ଜେଇ ଗଛ ମୂଷା ଚୋରି କରୁଥିଲା ।

 

କୋଲିନ ଏହି ପୋଷ୍ଟ ଫେସବୁକରେ ଶେୟାର କରିଛନ୍ତି । ତାଙ୍କ ଘର ଠାରୁ ଦୁଇଦିନ ହେବ ମୂଷା ଗଞ୍ଜେଇ ଗଛ ଚୋରି କରୁଥିଲା । ତେବେ ସେ ବେହୋସ ହେବା ପର୍ଯ୍ୟନ୍ତ ଚୋରି କରୁଥିଲା । ବ୍ୟକ୍ତି ଜଣକ ମୂଷା ଉପରେ ନଜର ରଖିବା ଆରମ୍ଭ କରିଦେଲେ । ଫଟୋରେ ଆପଣ ଦେଖି ପାରୁଥିବେ ଯେ ମୂଷା ଗଞ୍ଜେଇ ପତ୍ର ଖାଇ ଓଲଟା ହୋଇ ଶୋଇ ରହିଛି । ଏକ ସପ୍ତାହ ପର୍ଯ୍ୟନ୍ତ କୋଲିନ ମୂଷା ଉପରେ ନଜର ରଖିବା ପରେ ଜାଣିବାକୁ ପାଇଲେକି ମୂଷାକୁ ଗଞ୍ଜେଇ ନିଶା ଲାଗିଛି । ଯାହାପରେ ସେ ତାକୁ ଜଙ୍ଗଲରେ ଛାଡ଼ିଦେବା ପାଇଁ ଠାଣି ନେଲେ ।

ଏହି ନିଶାଖୋର ମୂଷାର କାହାଣୀ ସୋସିଆଲ ମିଡିଆରେ ଅନେକଙ୍କୁ ବେଶ୍ ପସନ୍ଦ ଆସିଛି । ଫେସବୁକରେ ବନ୍ଧୁ ମାନଙ୍କୁ ଲୋକମାନେ ଟ୍ୟାଗ ମଧ୍ୟ କରୁଛନ୍ତି । କୋଲିନଙ୍କୁ ଏହି ପୋଷ୍ଟକୁ ଯଥେଷ୍ଟ ଶେୟାର ମଧ୍ୟ କରାଯାଉଛି ।

Leave a Reply