କଳି ହେଲା କାଳ, ୫ ଛୁଆକୁ ଗଙ୍ଗାରେ ଫିଙ୍ଗିଦେଲା ମାଆ !

1 min read

ଲକ୍ଷ୍ନୌ: କୁହାଯାଏ ସନ୍ତାନ ପାଇଁ ମାଆର ହୃଦୟ ସବୁବେଳେ କାନ୍ଦେ । ପିଲା ଟିକିଏ ଅସୁବିଧାରେ ପଡ଼ିଲେ ମାଆ, ଛାତିକୁ କଷ୍ଟ ହୁଏ । ମାଆ ଚାହେଁ ତା’ ଛୁଆ ସବୁ ସମୟରେ ଖୁସିରେ ରହୁ । କିନ୍ତୁ, ଉତ୍ତରପ୍ରଦେଶ ଭଦୋହୀର ଏହି ଘଟଣା ହୃଦୟ ବିଦାରକ । ଯେଉଁଠି ମାଆ ପାଲଟି ଯାଇଛି ପିଶାଚୀ । ନିସ୍ତବ୍ଧ ରାତିର ଅନ୍ଧକାରରେ ୫ ଛୁଆଙ୍କୁ ଦେଇଛି ଜଳ ସମାଧୀ । ମନକୁ ଭାଙ୍ଗି ଦେଉଥିବା ଭାରାକ୍ରାନ୍ତ କରୁଥିବା ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ । ତା’ପଛର କାରଣ ଜାଣିଲେ ବି ଆପଣ ଚକିତ ହୋଇଯିବେ ।

ମିଳିଥିବା ସୂଚନା ଅନୁଯାୟୀ, ଗୋପିଗଞ୍ଜ କୋତବାଲି ଅଞ୍ଚଳର ମହିଳା ଜଣଙ୍କ ସହ ସ୍ୱାମୀ ବାରମ୍ବାର ଝଗଡ଼ା କରୁଥିଲେ । ଏଥିରେ ମହିଳା ଜଣଙ୍କ ବହୁତ ଭାଙ୍ଗି ପଡ଼ିଥିଲେ । ଶେଷରେ ବାଛି ନେଇଥିଲେ ଶେଷ ରାସ୍ତା । ନିଜ ଜନ୍ମ କଲା ୫ ଛୁଆଙ୍କୁ ରାତି ପ୍ରାୟ ୨ଟା ବେଳେ ଧରି ବାହାରିଥିଲେ ଜହାଁଗିରାବାଦ ଗଙ୍ଗା ଘାଟକୁ । ରାତି ପ୍ରାୟ ସାଢେ ୨ଟା ବେଳେ ନଦୀର ଗଭୀର ଜଳରାଶିକୁ ୫ ଛୁଆକୁ ଫିଙ୍ଗି ଦେଇଥିଲେ ।

ଛୁଆଙ୍କୁ ନଦୀରେ ଫିଙ୍ଗି ଦେଇ ନିର୍ଦୟୀ ମାଆ ଜଣଙ୍କ ଘରକୁ ଫେରି ଆସିଥିଲେ । ଭଦୋହୀ ପୋଲିସ ଘଟଣା ସମ୍ପର୍କରେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ ସହାୟତାରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲା । ତେବେ, ଛୁଆମାନଙ୍କ କୌଣସି ସନ୍ଧାନ ମିଳିନାହିଁ । ପୋଲିସ ମଞ୍ଜୁ ଦେବୀଙ୍କୁ ପଚରାଉଚରା କରୁଛି । ତେବେ, ସେ ସ୍ୱାମୀଙ୍କ ସହ କଳିରେ ଅତିଷ୍ଠ ହୋଇ ଏମିତି କରିଥିବା କହିଛନ୍ତି ।

ରାତିରେ ମହିଳା ଜଣଙ୍କ ଛୁଆକୁ ନେଇ ନଦୀକୁ ଯିବାବେଳେ ଘରେ ତାଙ୍କ ସ୍ୱାମୀ ନଥିଲେ । ଏହାର ସୁଯୋଗ ନେଇ ୩ ଝିଅ ଓ ୨ ପୁଅଙ୍କୁ ନଦୀରେ ଫିଙ୍ଗି ଦେଇଥିଲେ ମଞ୍ଜୁ ଦେବୀ । ଛୁଆମାନଙ୍କ ନାଁ ହେଉଛି ବନ୍ଦନା (୧୨ ବର୍ଷ), ରଞ୍ଜନା (୧୦ ବର୍ଷ), ପୂଜା (୬ ବର୍ଷ), ଶିବ ଶଙ୍କର (୮ ବର୍ଷ) ଓ ସନ୍ଦୀପ (୫ ବର୍ଷ) । ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଛୁଆଙ୍କ ସନ୍ଧାନ ମିଳିନାହିଁ ।

ପିଶାଚୀର ହେଲେ ଦୟାମୟା ଥିବ, କିନ୍ତୁ ଏ ମହିଳାଙ୍କର ନାହିଁ…

Leave a Reply