ଅପହରଣ ହୋଇଥିବା ପୁଅକୁ ୩୨ ବର୍ଷ ପରେ ପାଇଲା ମା

ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମା’ ଆଖିର ଲୁହ ସରିଗଲା । କେଉଁ ଏକ ଅଜଣା ରାଇଜରେ ହଜି ଯାଇଥିବା ତା ପୁଅ ଦିନେ ଫେରି ଆସିବ ସେ କେବେ ମଧ୍ୟ ଭାବି ନଥିଲା । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ମା’ର କାହାଣୀ ଭାଇରାଲ ହେଉଛି ଯିଏ ୩୨ ବର୍ଷ ପରେ ପୁଅକୁ ପାଇଛି । ପ୍ରାୟ ତିନି ଦଶନ୍ଧି ଧରି ପୁଅକୁ ଖୋଜା ଖୋଜି କରିବା ପରେ ପୁଅକୁ ପାଇବାର ଆଶା ଛାଡ଼ି ଦେଇଥିଲା ମା । ଆଉ ଯେତେବେଳେ ମା ଜଣକ ୩୨ ବର୍ଷ ପରେ ପୁଅକୁ ପାଇଗଲେ ଆଖିର ଅବୁଝା ଲୁହକୁ ଅଟକେଇ ପାରିଲେନି । ଗୋଟେ ପଟେ ପୁଅକୁ ପାଇବାର ଖୁସି ଆଉ ଅନ୍ୟ ପଟେ କାଳେ ପୁଅ ତାଙ୍କୁ ଗ୍ରହଣ ନକରିବାର ଭୟ ।

ଏହି କାହାଣୀ ଚୀନର । ଲି ଜିଙ୍ଗଝି ନାମକ ମହିଳାଙ୍କ ପୁଅ ମାଓ ୟିନଙ୍କୁ ୧୯୮୮ ମସିହାରେ ଅପହରଣ କରି ବିକ୍ରି କରି ଦିଆଯାଇଥିଲା । ଅପହରଣ ହେବା ସମୟରେ ୟିନଙ୍କ ବୟସ ଥିଲା ୩ ବର୍ଷ । ଏ ବର୍ଷ ମା ପୁଅଙ୍କର ଅପୂର୍ବ ମିଳନ ହୋଇଛି । ମାକୁ ଏତେ ଦିନ ପରେ ପୁଅ ପାଇଛି । ଆଉ ଛାଡ଼ିଯିବ କେମିତି? ଗୋଟିଏ ମୁହୂର୍ତ୍ତ ପାଇଁ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନଥିଲା ପୁଅ । ମା ମଧ୍ୟ ସବୁଦିନ ପୁଅକୁ ନିଜ ପାଖେ ରଖିବାକୁ ନେଇ ଆଖିରେ ଅସୁମାରୀ ସ୍ୱପ୍ନ ସାଉଁଟୁଥିଲା । ପୁଅ ୟିନ ମା ନିକଟରେ ଏକ ମାସ ସମୟ ବିତାଇଲା । ମାଓ ୟିନ ତାଙ୍କ ବାପା ମାଆଙ୍କର ଗୋଟିଏ ବୋଲି ପୁଅ । ପାଣି ପିଇବାକୁ ତାଙ୍କ ବାପା ଅଟକିଥିବା ସମୟରେ ୟିନଙ୍କୁ ଅପହରଣ କରି ନେଇ ଯାଇଥିଲେ । ଯାହାପରେ ପୁଅ ହଜି ଯାଇଥିବାର ୧ ଲକ୍ଷ୍ୟ ପୋଷ୍ଟର ଛାପିଥିଲେ ୟିନଙ୍କ ବାପା । କିନ୍ତୁ କିଛି ଲାଭ ମିଳିଲାନି ।

ଏ ବର୍ଷ ଯେତେବେଳେ ୟିନଙ୍କ ବିଷୟରେ କେହି ଜଣେ ପୋଲିସକୁ ସୂଚନା ଦେଲେ ତା ପରେ ତାଙ୍କର ଡିଏନଏ ପରୀକ୍ଷା କରାଗଲା । ୭୦୦ କିମି ଦୂରରେ ବିବାହିତ ଜୀବନ ବିତାଉଥିଲା ୟିନ୍ । ତେବେ ୟିନକୁ ୬୫ ହଜାର ଟଙ୍କାରେ ଏକ ସନ୍ତାନଶୂନ୍ୟ ଦମ୍ପତ୍ତିକୁ ବିକ୍ରି କରି ଦିଆଯାଇଥିଲା

Leave a Reply