କନ୍ଧମାଳରେ ଅଭାବନୀୟ ଘଟଣା: ଗାଡି ପାଇଁ ମାଆ, ଭଉଣୀ ଓ ଭଣଜାଙ୍କୁ ଛୁରାମାଡ଼

କନ୍ଧମାଳ: ମାଆକୁ ମାରିବାକୁ ପଛାଇଲାନି ପୁଅ । ପୁଅର ଛୁରା ମାଡ଼ରେ ମା’ର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ବିଶିପଡ଼ା ବେହେରା ପଦର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ଗାଁର ଭାଗୀରଥୀ ବେହେରା ଗାଡ଼ି ଭାଙ୍ଗିବା ନେଇ ମାଆ ଓ ଭଉଣୀଙ୍କ ସହ ଝଗଡ଼ା କରିଥିଲା। ସଂଧ୍ୟାରେ ପୁଣି ନିଶାଗ୍ରସ୍ତ ଅବସ୍ଥାରେ ଏକ ଧାରୁଆ ଛୁରୀରେ ଭଉଣୀ ଓ ଭଣଜାକୁ ଆକ୍ରମଣ କରିଥିଲା । ଆକ୍ରମଣ କରୁଥିବା ବେଳେ ମାଆ ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଅଟକାଇବା ବେଳେ ମାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ଭାଗିରଥୀ ।

ଗତ କାଲି ସନ୍ଧ୍ୟାରେ ସାମାନ୍ୟ ଏକ ଗାଡିକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି । ଭାଗିରଥୀ ଗାଡି ଭାଙ୍ଗିବା ନେଇ ନିଜ ଭଉଣୀକୁ ଟଙ୍କା ମାଗିଥିଲା । ଭଉଣୀ ଟଙ୍କା ଦେବାକୁ ରାଜି ହୋଇଥିବାବେଳେ ସେ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ଭଉଣୀ ସହ ଭଣଜାକୁ ମଧ୍ୟ ଆକ୍ରମଣ କରିଥିଲା ଅଭିଯୁକ୍ତ । ମାଆ ଉର୍ମିଳା ଝିଅକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଥିଲେ । ନିଶାରେ ପୁଅ ଉଗ୍ରରୂପ ଧାରଣ କରି ମାଆକୁ ମଧ୍ୟ ମାରିବାକୁ ପଛାଇନଥିଲା । ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ସେଠାରେ ମାଆ ଉର୍ମିଳାଙ୍କର ମୃତ୍ୟୁ ହୋଇଛି । ଭଉଣୀ, ତାଙ୍କ ଦୁଇ ପୁଅ ଓ ଝିଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତକୁ ଧରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

 

ନନ୍ଦିଘୋଷ ବ୍ୟୁରୋ

Leave a Reply