ଧାନ ବସ୍ତାରେ ଚାପି ହୋଇ ମାଆ ଝିଅ ମୃତ, ବାପା ଗୁରୁତର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ଆସିଛି ଅଭାବନୀୟ ଖବର । ଘରେ ଶୋଇଥିବା ବେଳେ ୨ ଜଣଙ୍କ ଜୀବନ ଚାଲିଯାଇଛି । ଜଣେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଳମ୍ବିତ ରାତିରେ ବ୍ରହ୍ମଗିରି ଖଜୁରିଆ ହୁବା ସାହିରେ ଏହି ଅଘଟଣ ଘଟିଛି ।ସ୍ୱାମୀ, ସ୍ତ୍ରୀ ଓ ଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ ଧାନ ବସ୍ତା ପଡ଼ି ଯାଇଥିଲା । ଏଥିରେ ଚାପି ହୋଇ ମାଆ ସମତେ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବାପାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply