କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ କରୋନାରେ ମୃତ୍ୟୁ, AIIMSରେ ଚାଲିଥିଲା ଚିକିତ୍ସା

1 min read
MoS Railways Suresh Angadi Dies Weeks after Being Hospitalised With Coronavirus Infection

ନୂଆଦିଲ୍ଲୀ: କରୋନା ନେଲା କେନ୍ଦ୍ରମନ୍ତ୍ରୀଙ୍କ ଜୀବନ । ଦେଶରେ ପ୍ରଥମଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ କରୋନାରେ ପ୍ରାଣ ହରାଇଛନ୍ତି । କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ କରୋନାରେ ପ୍ରାଣ ହାରିଛନ୍ତି ସୁରେଶ ଅଙ୍ଗଡ଼ି । ଏହା ପୂର୍ବରୁ କର୍ଣ୍ଣାଟକର ଆଉ ଜଣେ ସାଂସଦଙ୍କ ନିଧନ କରୋନାରେ ହୋଇଥିଲା ।

MoS Railways Suresh Angadi Dies Weeks after Being Hospitalised With Coronavirus Infection

ସୁରେଶ ଅଙ୍ଗଡ଼ି ଦୁଇ ସପ୍ତାହ ତଳେ ସେପ୍ଟେମ୍ବର ୧୧ରେ କରୋନା ସଂକ୍ରମିତ ହୋଇଥିଲେ । ପଜିଟିଭ୍ ଚିହ୍ନଟ ବେଳେ ତାଙ୍କ ଠାରେ କରୋନାରେ କୌଣସି ଲକ୍ଷଣ ନଥିଲା । ସେ ସୁସ୍ଥ ଥିବା ନେଇ କହିଥିଲେ । ୬୫ ବର୍ଷୀୟ ସୁରେଶ ଅଙ୍ଗଡ଼ି କର୍ଣ୍ଣାଟକ ବେଲଗାଭି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ଗତ ସପ୍ତାହରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପତ୍ନୀ ଓ ୨ ଝିଅ ଅଛନ୍ତି ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । କର୍ଣ୍ଣାଟକରେ ଦଳୀୟ ସଂଗଠନ ପାଇଁ ଅଙ୍ଗଡ଼ିଙ୍କ ବେଶ୍ ଭୂମିକା ଥିବା କହିଛନ୍ତି ପିଏମ୍ ମୋଦି ।

ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ା ଶୋକ ପ୍ରକାଶ କରିଛନ୍ତି । ଅଙ୍ଗଡ଼ି ମୋର ସାନ ଭାଇ ଭଳି ଥିଲେ ବୋଲି କହିଛନ୍ତି ଗୌଡ଼ା ।

Leave a Reply