ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା, ଆସୁନାହାଁନ୍ତି କର୍ମଚାରୀ

1 min read
More Time Bataguda Sub Health Centre Locked

ବାଲିଗୁଡ଼ା: ଆଦିବାସୀ ଅଞ୍ଚଳରେ ଅପହଞ୍ଚ ହୋଇଛି ରୋଗୀ କଲ୍ୟାଣସେବା । ଉପ ସ୍ୱାସ୍ଥ୍ୟକେନ୍ଦ୍ର ଥାଇ ବି ଲୋକେ ପାଇ ପାରୁନାହାଁନ୍ତି ସ୍ୱାସ୍ଥ୍ୟସେବା । ନିୟୋଜିତ କର୍ମଚାରୀ ରହୁନଥିବାରୁ ଅଧିକାଂଶ ସମୟରେ ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

More Time Bataguda Sub Health Centre Locked

ଆଦିବାସୀ ଅଞ୍ଚଳରେ ଅପହଞ୍ଚ ସ୍ୱାସ୍ଥ୍ୟସେବା । ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁନାହାଁନ୍ତି କର୍ମଚାରୀ । ମିଳୁନି ରୋଗୀ କଲ୍ୟାଣସେବା । ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲଛି ତାଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାଟାଗୁଡ଼ା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ । ଜାତୀୟ ରାଜପାଥ ପାର୍ଶ୍ୱରେ ରହିଛି ଉପ ସ୍ୱାସ୍ଥ୍ୟକେନ୍ଦ୍ର, ହେଲେ ନିୟୋଜିତ କର୍ମଚାରୀ ଏଠାରେ ରହୁନାହାନ୍ତି । ଫଳରେ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକାଂଶ ସମୟରେ ତାଲା ଝୁଲୁଛି । ଆଉ ଏହା ଉପରେ ନିର୍ଭର କରୁଥିବା ୬ ହଜାରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ନପାଇ ହନ୍ତସନ୍ତ ହେଉଛନ୍ତି ।

More Time Bataguda Sub Health Centre Locked

ଅଞ୍ଚଳର ଅଧିକାଂଶ ଲୋକ ଆଦିବାସୀ ବର୍ଗର ହୋଇଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପୂର୍ବରୁ ଅନେକ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେଡିକାଲ ଅଧିକାରୀ ।

Leave a Reply