ବାହାରିନରୁ ଫେରୁଛନ୍ତି ୬୫ ଓଡ଼ିଆ, ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିବେ

1 min read

ଭୁବନେଶ୍ୱର: କରୋନା ଲକଡାଉନ୍ କାରଣରୁ ଉପସାଗରୀୟ ଦେଶ ବାହାରିନରେ ଫସିଥିବା ଓଡ଼ିଆକୁ ନେଇ ଆଜି ଏୟାର ଇଣ୍ଡିଆର ଏକ ବିଶେଷ ବିମାନ ଭୁବନେଶ୍ୱରରେ ପହଂଚିବ । ବାହାରିନ୍ ସମୟ ୧.୦୫ ମିନଟରେ ବିମାନ ସେଠାରୁ ଉଡାଣ ଭରି ଭୁବନେଶ୍ୱର ସ୍ଥିତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହା ଆଜି ରାତି ୧୦.୨୦ ମିନଟରେ ପହଂଚିବ ।

baharin
ବାହାରିନ୍ ବିମାନ ବନ୍ଦର ବାହାରେ ଓଡ଼ିଆ

ବିମାନ ପ୍ରଥମେ ନୂଆଦିଲ୍ଲୀରେ ଅବତରଣ କରିବ । ସେଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇ ଏହା ଭୁବନେଶ୍ୱର ଆସିବ । ବିମାନରେ ମୋଟ ୧୫୦ ଜଣ ଯାତ୍ରୀ ଯାତ୍ରା କରୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଓଡ଼ିଆ ବୋଲି ଜଣା ପଡିଛି ।  ବାହାରିନରୁ ଓଡ଼ିଆଙ୍କୁ ନେଇ ଆସୁଥିବା ଏହା ହେଉଛି ଦ୍ୱିତୀୟ ବିମାନ ।

ବନ୍ଦେ ଭାରତ ମିଶନ ଫେଜ୍-୪ କ୍ରମରେ ଏହି ବିମାନ ଆସୁଛି । ଏହି ଫେଜରେ ୧୪ ଉଡାଣରେ ବାହାରିନରୁ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଅଣାଯିବ । ଯେଉଁ ଓଡ଼ିଆ ମାନେ ଆଗରୁ ନିଜ ଦେଶକୁ ଫେରି ପାରିନଥିଲେ ସେମାନେ ଚତୁର୍ଥ ପର୍ଯ୍ୟାୟରେ ନିଜ ଦେଶକୁ ଫେରି ପାରିବେ । ଅନ୍ୟପଟେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଯୋଗୁଁ ସେମାନେ ନିଜ ମାଟିକୁ ଫେରି ପାରିଛନ୍ତି ।

Leave a Reply