ଯୁବକଙ୍କ ଦେହରେ ବସିଲେ ୧୦ ହଜାର ରୁ ଅଧିକ ମହୁମାଛି, ଆଉ ତା’ ପରେ…

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତର ତରରୁଆ ଗାଁର ଟୁକାରାମ ।  ଜଗନ୍ନାଥ ଗାଁର ଚାଷ ଜମିରେ ଶ୍ରମିକ ଲଗାଇ ଧାନ ତଳି ରୋଇବା ପାଇଁ ବାଇକ ଯୋଗେ ଯାଇଥିଲେ । ଶ୍ରମିକମାନଙ୍କୁ କାମରେ ଲଗାଇ ଘରକୁ ଫେରିବା ପାଇଁ ବାଇକ ପାଖକୁ ଆସିଲା ବେଳକୁ ଗୋଟେ ମହୁ ମାଛି ପ୍ରଥମେ ଆସି ମୁହଁରେ ବସିଥିଲା । ଏହାକୁ ଦେଖି ସେ ତ।ଳି ମାରିଦେଇଥିଲେ । ଏହାପରେ ହଟାତ୍ ୧୦ ହଜାରରୁ ଉର୍ଦ୍ଧ ମହୁମାଛି ଟୁକାରାମଙ୍କ ଦେହରେ ବସିଥିଲେ । ଟୁକାରାମ ଏଥିରେ ଭୟଭୀତ ନ ହୋଇ ବାଇକ ଯୋଗେ ମହୁମାଛି କୁ ଧରି ଘରେ ପହଁଚି ଥିଲେ । ଏହି ଘଟଣା ଦେଖିବା ପାଇଁ ତାଙ୍କ ଘର ପାଖରେ ଲୋକ।ରଣ୍ୟ ହୋଇ ଯାଇଥିଲା ।

ଟୁକାରାମଙ୍କ ଦେହରେ ମହୁମାଛି ବସିବା ନୂଆ ହେଲେବି ମହୁମାଛି ଧରିବା କୌଶଳ ତାଙ୍କୁ ବେଶ ଭଲ ଭାବେ ଜଣା ଅଛି । କାରଣ ତାଙ୍କ ପିତା ଅବସର ପ୍ରାପ୍ତ ଶିକ୍ଷକ ଦିବାକରଙ୍କ ଠାରୁ ଏହି କୌଶଳ ଶିଖିବାକୁ ମିଳିଥିଲା ବୋଲି ଟୁକାରାମ କହିଛନ୍ତି । ପିଲାବେଳେ ବାପା ଶିଖାଇଥିବା ମହୁମାଛି ଧରା କୌଶଳକୁ ମନେ ପକାଇ ସେ ମାଛିଙ୍କୁ କୌଶଳକ୍ରମେ ବାକ୍ସରେ ରଖିଛନ୍ତି ।

ତେବେ ଏନେଇ ଟୁକାରାମ ନିଜ ଘର ଓ ଆଖ ପାଖ ରେ ୨୨ ଟି ମହୁମାଛି ବସା ବସାଇ ମହୁ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେଥିପାଇଁ ତାଙ୍କର ନୂଆ ପରିଚୟ ହୋଇଛି ମହୁ ମଣିଷ । ଏଭଳି ପ୍ରତିଭା ଅଧିକାରୀ ତଥା ସାହସୀ ଯୁବକଙ୍କୁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି । ଏ ଦୃଶ୍ୟ ଦେଖିଲେ ସାଧାରଣ ଲୋକ ଭୟଭୀତ ହୋଇପାରନ୍ତି ହେଲେ ଟୁକାରାମଙ୍କ ମହୁମାଛି ଧରା ଟ୍ରିକ୍ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି ।

Leave a Reply