ଦେଶ ଅପେକ୍ଷା ରାଜ୍ୟରେ ନମୁନା ପରୀକ୍ଷଣ ହାର ଅଧିକା: ବାଗଚୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଛଅଟି ପର୍ଯ୍ୟାୟରେ ସାରା ବିଶ୍ୱ ମୁକାବିଲା କରୁଛି । ତାଲାବନ୍ଦ ଠାରୁ ଆରମ୍ଭ କରି ସଂକ୍ରମିତଙ୍କ ଚିହ୍ନଟ, ପୃଥକୀକରଣ, ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ପରୀକ୍ଷା ଏବଂ ଚିକିତ୍ସା । ଏହିସବୁ ପର୍ଯ୍ୟାୟ ମୁକାବିଲାରେ ରାଜ୍ୟ ସରକାର ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛନ୍ତି ।

Says Subroto Bagchi: Overcoming Fear Key To Contain Spread

ଯାହାର ଫଳସ୍ୱରୂପ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବଢିପାରିନି ଗୋଷ୍ଠୀ ସଂକ୍ରମଣ । ସର୍ବଭାରତୀୟ ସ୍ତରରେ ପ୍ରତି ୧୦ ଲକ୍ଷରେ ୯୮୩ଟି ନମୁନା ପରୀକ୍ଷା ହେଉଥିବା ବେଳେ ଓଡିଶାରେ ୧୧୫୫ଟି ନମୁନା ପରୀକ୍ଷା ହେଉଛି । ସେପଟେ ନମୁନା ପରୀକ୍ଷଣରେ ଯୋଡ଼ି ହୋଇଥିବା ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଲାଇଫସାଇନ୍ସରେ କରୋନା ମୁକାବିଲା ନେଇ ଚାଲିଛି ଅଧିକ ଗବେଷଣା ।

କରୋନା ଭ୍ୟାକ୍ସିନ୍‌ ଓ ଔଷଧ ନେଇ ଚାଲିଛି ପ୍ରସ୍ତୁତି । ଆଇଏଲଏସରେ ଗତ ୧୪ ଏପ୍ରିଲରୁ କରୋନା ପରୀକ୍ଷଣ ୪୪ଟି ନମୁନାରୁ ଆରମ୍ଭ ହୋଇଥିଲା । ଏବେ ଏଠାରେ ଦୈନିକ ହଜାରେ ନମୁନା ପରୀଷା ହେଉଛି । ଏଥିସହିତ କରୋନା ଭୂତାଣୁର ଜେନେଟିକ ଆନାଲିସିସ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ମେଡିସିନାଲ ପ୍ଲାଣ୍ଟରୁ କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ନେଇ ଚାଲିଛି ଗବେଷଣା । ତେବେ ଆଶ୍ୱସ୍ତିକର ବିଷୟ ଯଥେଷ୍ଟ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରି ଟେଷ୍ଟ କରାଯାଉଥିବା ସ୍ୱାବ୍‌ ଟେଷ୍ଟ କରୁଥିବା କୌଣସି ବି କର୍ମଚାରୀ ସଂକ୍ରମିତ ହୋଇନାହାନ୍ତି ।

Leave a Reply